ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘରୋଇ ଫାଇନାନ୍ କମ୍ପାନୀ କର୍ମଚାରୀଙ୍କୁ ଘେରିଲେ ମହିଳା।ଥାନାରେ ଅଭିଯୋଗ l ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ଅଂଚଳ ରୁ 10 ଜଣ ମହିଳା ଖଇରା ବ୍ଲକ ତୋରାଣୀ ପଦା ଛକ ନିକଟରେ ଥିବା ଘରୋଇ ଫାଇନାନ୍ସ ଜନା ସ୍ମଳ ଫାଇନାନ୍ସ କମ୍ପାନୀ ଠାରୁ ଋଣ ନେଇଥିଲେ l
ପ୍ରତିମାସ ଋଣ ଟଙ୍କା ମହିଳା ମାନେ ପରିଶୋଧ କରିଥିଲେ ମଧ୍ୟ କମ୍ପାନୀ କର୍ମଚାରି ମାନେ ଅଧିକ ସୁଧ ଲଗାଇ ଆହୁରି ବାକି ଥିବା ନେଇ କହିଥିଲେ l ଆଜି ମହିଳା ମାନେ ତୋରାଣୀ ପଦା ସ୍ଥିତ କମ୍ପାନୀ କାର୍ଯ୍ୟଳୟ ରେ ପହଁଚି ଏ ବିଷୟ ରେ ବ୍ରାଞ୍ଚ ମେନେଞ୍ଜର ପଚାରିବାରୁ ମହିଳା ମାନଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ l
ଏନେଇ ମହିଳା ମାନେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଖଇରା ଅଂଚଳ ରେ ଏଭଳି ଅନେକ ଫାଇନାନ୍ସ କମ୍ପାନୀ ରହି ସାଧାରଣ ଲୋକ ମାନଙ୍କୁ ଠକି ଅଧିକ ସୁଧ ରେ ଋଣ ଦେଇ ମହିଳା ମାନଙ୍କୁ ଠକୁଥିବା ନେଇ ଅଭିଯୋଗ ହୋଇଛି l
Comments are closed.