ଶିକ୍ଷକଙ୍କ ମୃତଦେହ ପରେ ଶିକ୍ଷୟିତ୍ରୀ ପତ୍ନୀଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ୍: ଶିକ୍ଷକଙ୍କ ମୃତଦେହ ପରେ ଶିକ୍ଷୟିତ୍ରୀ ପତ୍ନୀଙ୍କ ମୃତଦେହ ଉଦ୍ଧାର।ସକାଳେ ଶିକ୍ଷକଙ୍କ ମୃତଦେହ ବିରିକୁଆଁ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଚମ୍ପୁଆ ଥାନା ରାମଲାରେ ନିର୍ମାଣାଧୀନ ଘରୁ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର।ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟା ପରେ ଶିକ୍ଷକ ନିଜ ଜୀବନ ହାରିଥିବା ସନ୍ଦେହ।ମୃତ ଶିକ୍ଷକ ପଡ଼ୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ।ମୃତ ଶିକ୍ଷୟିତ୍ରୀ ବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ। ଗୋଟିଏ ଦିନରେ ପତିପତ୍ନୀଙ୍କ ମୃତଦେହ ମିଳିବାର କାରଣ ସ୍ପଷ୍ଟ ହୋଇନି।

ପୋଲିସ ସନ୍ଦେହ କରୁଛି ଯେ ବୃନ୍ଦାବନ ତାଙ୍କ ପତ୍ନୀ ମଞ୍ଜୁଳାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇପାରନ୍ତି। ବୃନ୍ଦାବନଙ୍କ ମୃତ୍ୟୁକୁ ଆତ୍ମହତ୍ୟା ମାମଲା ଭାବେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ, ମଞ୍ଜୁଳାଙ୍କ ମୃତ୍ୟୁକୁ ହତ୍ୟା ମାମଲା ଭାବେ ତଦନ୍ତ ଚାଲିଛି। ସୂତ୍ର ଅନୁସାରେ, ଏହି ଦମ୍ପତି ୨୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ, କିନ୍ତୁ ଗତ କିଛି ବର୍ଷ ଧରି ପାରିବାରିକ ବିବାଦ ଯୋଗୁଁ ଅଲଗା ରହୁଥିଲେ। ମଞ୍ଜୁଳା ଚମ୍ପୁଆରେ ଏକ ଭଡା ଘରେ ରହୁଥିବା ବେଳେ ବୃନ୍ଦାବନ ତାଙ୍କ ସାନ ପୁଅ ସହ ବିରିକୁଆଁରେ ରହୁଥିଲେ।ବୁଧବାର ଅପରାହ୍ନରେ ବୃନ୍ଦାବନ ତାଙ୍କ ପୁଅକୁ ବଜାରକୁ ଜିନିଷ କିଣିବାକୁ ପଠାଇଥିଲେ। ପୁଅ ଫେରିବା ପରେ ବିଦ୍ୟୁତ କାଟ ହୋଇଥିଲା ଏବଂ ଲାଇଟ ଫେରିବା ପରେ ସେ ତାଙ୍କ ବାପାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ବାରିଆ ଥାନା ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା

Leave A Reply

Your email address will not be published.