କେରଳ ନୌକା ଦୁର୍ଘଟଣା, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୋକ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କେରଳରେ ବଡ ଧରଣର ନୌକା ଦୁର୍ଘଟଣା । ଯାତ୍ରୀବାହୀ ଡଙ୍ଗା ବୁଡି ଯିବାରୁ ୨୨ଜଣଙ୍କ ମୃତ୍ୟୁ ହୋଇଛି ।ଗତକାଲି(ରବିବାର) ସନ୍ଧ୍ୟା ସମୟରେ କେରଳର ମଲପ୍ପୁରମରେ ଏହି ନୌକା ଦୁର୍ଘଟଣା ହୋଇଛି । ଡଙ୍ଗାରେ ୩୫ଜଣ ଯାତ୍ରୀ ବସିଥିବା ବେଳେ ବୁଡି ଯାଇଥିଲା ଡଙ୍ଗା । ମୃତକଙ୍କ ମଧ୍ୟରେ ୧୫ ଶିଶୁ ରହିଥିବା ଜଣାପଡିଛି । ତେବେ ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।

 ଏବେ ମଧ୍ୟ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆରବ ସାଗର ସହ ନଦୀର ମିଶ୍ରଣ ସ୍ଥାନରେ ଡଙ୍ଗାଟି ରବିବାର ସନ୍ଧ୍ୟା ବେଳେ ବୁଡ଼ି ଯାଇଥିଲା । ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଯାଉଥିବା ଜଣାପଡ଼ିଛି।  କେରଳର ନୌକା ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ନୌକା ଦୁର୍ଘଟଣାରେ ଲୋକମାନଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ । ମୃତକମାନଙ୍କ ପରିବାରଗୁଡ଼ିକୁ ସେ ସମବେଦନା ଜଣାଇଛନ୍ତି ଏବଂ ଶୋକ ବ୍ୟକ୍ତ କରିଛନ୍ତି । ଆହତ ଲୋକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ରାଷ୍ଟ୍ରପତି ବାର୍ତ୍ତା ପଠାଇଛନ୍ତି ।
ଶୋକ ସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି।

 କେରଳ ଡଙ୍ଗା ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିବା ସହ ଟ୍ବିଟ କରି କହିଛନ୍ତି, “କେରଳ ମଲପ୍ପୁରମରେ ଡଙ୍ଗା ଓଲଟିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ହଠାତ୍‌ ଏହି ଅଘଟଣ ଶୁଣି ମୁଁ ଚକିତ ହୋଇଗଲି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ମୁଁ ସମବେଦନା ଜଣାଉଛି । ଏହାସହ ଆହତମାନେ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ମୁଁ କାମନା କରୁଛି ।”ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି,” କେରଳ ମଲପ୍ପୁରମରେ ନୌକା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଦୁଃଖିତ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି । ମୃତକଙ୍କ ପରିବାରୁ PMNRF ପାଣ୍ଠିରୁ ୨ଲକ୍ଷ ଟଙ୍କା ଦିଆଯିବ ।”

Leave A Reply

Your email address will not be published.