କେଶଦୁରାପାଳ ଦଧିବାମନ ଜୀଉଙ୍କ ଅଧର ପଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ କେଶଦୁରାପାଳ ଦଧିବାମନ ଜୀଉ ଙ୍କ ଅଧରପଣା ଅନୁଷ୍ଠିତ ।ମହାପ୍ରଭୁଙ୍କ ଅନ୍ୟନାମ ପତିତପାବନ ମହାପ୍ରଭୁ ମାନବ ଠାରୁ ଦେବତା ପର୍ଯ୍ୟନ୍ତ ସମସ୍ତଙ୍କୁ ଦର୍ଶନ ନିମିତ୍ତ ରଥରେ ଯାତ୍ରା କରିଥାନ୍ତି | ପ୍ରବାଦ ଅଛି ଦେଵତା ମାନେ ସ୍ୱର୍ଗ କୁ ମର୍ତ୍ତ କୁ ଆସି ଏହି ଯାତ୍ରା ଦେଖିଥାନ୍ତି | ମହାପ୍ରଭୁ ଦେବତା, ଗନ୍ଧର୍ବ, ଯକ୍ଷ, କିନ୍ନର, ନର ନାରୀ ଙ୍କୁ ଦର୍ଶନ ଦେବା ସହିତ ଭୁତ, ପ୍ରେତ, ପିଶାଚ, ଅଶରିରୀ, ମାନଙ୍କୁ ମୁଖ୍ୟ ପ୍ରଦାନ ନିମନ୍ତେ ଅଧରପଣା ପ୍ରସ୍ତୁତ କରାଯାଇଥାଏ |

କଥା ଅଛି ଏହାକୁ ପାଇ ସେମାନେ ତୃପ୍ତ ହୁଅନ୍ତି ଏବଂ ପରେ ସେମାନଙ୍କୁ ପୁନର୍ଜନ୍ମ ଲାଭ କରିବାକୁ ପଡେ ନାହିଁ ଏହି କାର୍ଯ୍ୟକ୍ରମ ରେ ତିନିଗୋଟି ଅଧର ପଣା ହାଣ୍ଡି ପ୍ରସ୍ତୁତ କରାଯାଏ | ଏହି ହାଣ୍ଡି ଗୁଡିକୁ ଅଧର ଚୁମ୍ପି ମହାପ୍ରଭୁଙ୍କ ଅଧର ଯାଏଁ ଚୁମ୍ବନ କରିବା ପାଇଁ କରାଯାଇଥାଏ | ଏଥିରେ କ୍ଷୀର, ଛେନା, କଦଳି, ଜାଇଫଳ, ଅଳେଇଚ କୁ ମିଶାଯାଇ ପ୍ରସ୍ତୁତ କରାଯାଇ ଥାଏ |

ଏହାକୁ ତିନି ଠାକୁରଙ୍କୁ ଉତ୍ସର୍ଗ କରାଯିବା ପରେ ରଥ ରେ ଢାଳି ଦିଆଯାଏ | ପ୍ରବାଦ ଅଛି ଏହାକୁ ନର ନାରୀ ମାନେ ପାନ କରି ନଥାନ୍ତି କାରଣ ଏହା ଅସରିରି ମାନଙ୍କ ପାଇଁ ଉଦ୍ଦିଷ୍ଟ ତେଣୁ ପଣା ପ୍ରସ୍ତୁତ କରି ଆଜି ଶ୍ରୀ ଜୀଉଙ୍କ ଉଦ୍ଧେଶ୍ୟରେ ଏହାକୁ ଲାଗି କରାଯିବା ପରେ ଅଧରପଣା ହାଣ୍ଡି କୁ ଭାଙ୍ଗି ଦିଆଗଲା | ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଅକାକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.