ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଶିମିଳିପାଳ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାରୀକୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଦୁଇ ଜଣ ଶିକାରୀ ସମେତ ମାଂସ ଗ୍ରାହକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଝିଙ୍କ ମାଂସ ସହ ୧ ବନ୍ଧୁକ ଏବଂ ୧ ଧନୁ ୩ ତୀର ଜବତ ହୋଇଛି।
ଗିରଫ ଶିକାରୀ ମାନେ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଆଳୁବଣି ଗ୍ରାମର ଚାମୁଟୁ ହେମ୍ବ୍ରମ(୪୦) ଏବଂ ବାଇଧର ସୋରେନ(୫୪)। ମାଂସ ଗ୍ରାହକ ଜଣକ ହେଲେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ହଳଦୀବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଇଧର ସୋରେନ।ଶିକାରୀଙ୍କ ପାଖରୁ ୧.୧୫୦ ଗ୍ରାମ ଶିକାର ଝିଙ୍କ ମାଂସ ଓ ୮୮ ଟି ଝିଙ୍କ କଣ୍ଟା ହୋଇଛି।
ଏନେଇ ବନ ବିଭାଗକୁ ପୂର୍ବରୁ ସୂଚନା ମିଳିଥିବା ବେଳେ ଝିଙ୍କ ଶିକାର କରି ବାଇଧର ସୋରେନଙ୍କୁ ବିକ୍ରି କରୁଥିବା ବେଳେ ବନ ବିଭାଗର ଟିମ୍ ମାଡି ବସିଥିଲେ। ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ବନଖଣ୍ଡର ଉପ-ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି।