ଧରାପଡ଼ୁନି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ, ୧୪ ପର୍ଯ୍ୟନ୍ତ ସବୁ ପୁଲିସ ଅଧିକାରୀଙ୍କ ଛୁଟି ବାତିଲ କଲେ ପଞ୍ଜାବ ସରକାର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବହୁ ଧଡ଼ପକଡ଼ ଭିରତେ ବି ଧରାପଡ଼ୁନି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ଯାହା ପଞ୍ଜାବ ସରକାରଙ୍କ ନିଦ ହଜେଇସାରିଲାଣି । ଯେଉଥି ପାଇଁ ଅମ୍ରିତପାଲ ସିଂହକୁ ଧରିବାକୁ ୧୪ ପର୍ଯ୍ୟନ୍ତ ସବୁ ପୁଲିସ ଅଧିକାରୀଙ୍କ ଛୁଟି ବାତିଲ କଲେ ପଞ୍ଜାବ ସରକାର । ଖଲିସ୍ତାନୀ ଆନ୍ଦୋଳନ ନିଆଁ ପୁଣି ଥରେ ଇନ୍ଧନ ଯୋଗାଇ ପଞ୍ଜାବରେ ଅଶାନ୍ତ ସୃଷ୍ଟି କରି ଫେରାର ଥିବା ଅମ୍ରିତପାଲ ସିଂହ ଏଯାଏ ପୁଲିସ ହାତରେ ଧରାପଡ଼ି ନାହାନ୍ତି। ଜଣାପଡ଼ିଛି। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହକୁ ନେଇ ଖୋଳତାଢ଼ ଏବେ ବି ଜାରି ରହିଛି। ତାକୁ ଗିରଫ କରିବାକୁ ପୁଲିସ ଲଗାତର ଉଦ୍ୟମ ଜାରି ରଖିଛି। ତେବେ ନିକଟରେ ଏକ ମୋଟର ଟ୍ରଲିରେ ଅମୃତପାଲ ପଳାଇ ଯାଇଥିବା ବେଳେ ସେହି ଟ୍ରଲି ଡ୍ରାଇଭରଙ୍କ ସହ କଥା ହୋଇଛି ଗଣମାଧ୍ୟମ ସଂସ୍ଥା ଏନ୍ଡିଟିଭି। ଏନଡିଟିଭି ସହ ବାର୍ତ୍ତାଳାପରେ ମୋଟର ଟ୍ରଲି ଡ୍ରାଇଭର ଜଣକ ସଫେଇ ଦେଇ କହିଛନ୍ତି ଯେ ସେ ଅମୃତପାଲ ସିଂ ବୋଲି ତାଙ୍କୁ ଜଣା ନଥିଲା। ପଞ୍ଜାବର ଜଲନ୍ଧରରୁ ଖସିଯିବା ପରେ ସେ ହରିଆଣାରେ ଆତ୍ମଗୋପନ କରିଥିଲା। ବର୍ତ୍ତମାନ ପଞ୍ଜାବରେ ନଥିବା ଅମ୍ରିତପାଲକୁ ଶେଷଥର ପାଇଁ ହରିଆଣାରେ ଦେଖିବାକୁ ମିଳିଥିଲା।
ବର୍ତ୍ତମାନ ବେଶ ବଦଳାଇ ସାରିଥିବା ଅମ୍ରିତପାଲକୁ ଧରିବା ପାଇଁ ଦିଲ୍ଲୀ ଓ ମହାରାଷ୍ଟ୍ର ବ୍ୟତୀତ ଉତ୍ତରାଖଣ୍ଡର ଡେରୁଡୁନ, ହରିଦ୍ୱାରା ଓ ଉଦ୍ଧମ ସିଂହ ନଗରରେ ଆଲର୍ଟ ଜାରି କରାଯାଇଛି। ପୁଲିସ୍ ଅଧିକାରୀଙ୍କ କହିବା କଥା ଯେ ପଞ୍ଜାବରୁ ଖସିଯିବା ପରେ ଅମ୍ରିତପାଲ ସିଂହ ହରିଆଣାର କୁରୁକ୍ଷେତ୍ରରେ ରହିଥିଲା। ସେ ଓ ତା’ର ସହଯୋଗୀ ପାପଲପ୍ରୀତ ସିଂହ ସେଠାରେ ଜଣେ ମହିଳାଙ୍କ ଘରେ ରହିଥିଲେ। ଉକ୍ତ ମହିଳାଙ୍କୁ ପୁଲିସ୍ ଗିରଫ କରିଛି। ସେଠାରୁ ଖସି ଯିବା ପରେ ଅମ୍ରିତପାଲ ବିଭିନ୍ନ ରାଜ୍ୟକୁ ଯିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ତେବେ କୁହାଯାଉଥିଲା ଆତ୍ମ ସମର୍ପଣ କରିପାରେ ଖଲିସ୍ତାନ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହ। ସପ୍ତାହେରୁ ଅଧିକ ଦିନ ହେବା ପୁଲିସ ଆଖିରେ ଧୂଳି ଦେଇ ଖସି ଚାଲିଥିବା ଅମ୍ରିତପାଲ୍ ଶେଷରେ ପଞ୍ଜାବ ଫେରିଆସିଛି। ସେ ଅମୃତସରରେ ଗୋଲ୍ଡେନ୍ ଟେମ୍ପଲ ପାଖରେ ଆତ୍ମ ସମର୍ପଣ କରିପାରେ ବୋଲି କୁହାଯାଉଛି। ଏଥିପାଇଁ ଅକଲ ତଖ୍ତ ନିକଟରେ ଗୋଲ୍ଡେନ୍ ଟେମ୍ପଲ ପାଖରେ ବିପୁଳ ପୁଲିସ ମୁତୟନ କରାଯାଇଛି।
ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ସୋସିଆଲ୍ ମିିଡିଆରେ ଏକ ଭିଡିଓ ଜାରି କରି ୩ ଟି ସର୍ତ୍ତ ରଖିଛି ଅମ୍ରିତପାଲ। ସର୍ତ୍ତ ନମ୍ବର ୧ ହେଲା- ଗିରଫଦାରୀକୁ ପୁଲିସ ଆତ୍ମସମର୍ପଣ ଭଳି ଦେଖାଉ। ୨- ତାକୁ ପଞ୍ଜାବ ଜେଲ୍ରେ ରଖାଯାଉ। ସେହିପରି ତୃତୀୟ ସର୍ତ୍ତ ହେଲା ଜେଲ୍ରେ ତା’ସହ ମାର୍ପିଟ୍ କରା ନଯାଉ ବୋଲି ଅମ୍ରିତପାଲ କହିଛି। ୟୁଟ୍ୟୁବ୍ରେ ଭିଡିଓ ଜାରି କରି ଅମ୍ରିତପାଲ ବୃହତ ସ୍ୱାର୍ଥ ଦୃଷ୍ଟିରୁ ବିଶ୍ୱରେ ଥିବା ସମସ୍ତ ସିଖ୍ମାନଙ୍କ ଏକାଠୀ ହେବାକୁ ସେ ଆହ୍ୱାନ କରିଛି। ଅମ୍ରିତପାଲ ୟୁଟ୍ୟୁବ୍ରେ ରିଲିଜ୍ କରିଥିବା ଏହି ଭିଡିଓରେ ମାର୍ଚ୍ଚ ୧୮ ତାରିଖରୁ ପୁଲିସ ତାକୁ ଗୋଢାଇଥିବା ସମସ୍ତ କଥା କହିଛି।