ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଙ୍ଗ: ପୋଲିସ ଏସଆଇଙ୍କୁ ଅପହରଣ ପରେ ନିର୍ମମ ଭାବେ ହତ୍ୟା

0

ଶ୍ରୀନଗର(ଓଡ଼ିଆ ନ୍ୟୁଜ୍‌): ଜମ୍ମୁ-କାଶ୍ମୀରରେ ଥମିବାରେ ନାଁ ଧରୁନି ଟାର୍ଗେଟ୍ କିଲିଙ୍ଗ । ସବଇନ୍ସପେକ୍ଟରଙ୍କୁ ନିର୍ମମ ହତ୍ୟା କଲେ ଆତଙ୍କବାଦୀ । କିଛି ଦିନ ହେବ ନିଖୋଜ ଥିବା ସବଇନ୍ସପେକ୍ଟର ଗତ କାଲି ରାତିରେ ଏକ ବିଲ ମଝିରୁ ତାଙ୍କର ରକ୍ତରଞ୍ଜିତ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି ସ୍ପଷ୍ଟ ହୋଇଛି । ଆତଙ୍କବାଦୀ ନିଜର ନିଜର ପ୍ରତିଆରା ଜାହିର କରିବାକୁ ତାଙ୍କୁ ଗିଳି ମାରିବା ପରେ ଏକ ବିଲ ମଝିରେ ଫୋପାଡିଦେଇଥିବା  କହିଛି ପୋଲିସ।

ପ୍ରାଣ ହରାଇଥିବା ପୋଲିସ ଏସଆଇ ଜଣକ ଫାରୁକ ଅହମଦ୍ ଏବଂ ସେ କାଶ୍ମୀର ବାସିନ୍ଦା ବୋଲି ଜଣାପଡିଛି । ସେ ଲେଥପୋରାରେ ୨୩ ବିଏନ୍ ଆଇଆରପିରେ ଓଏସଆଇ ଭାବେ କାର‌୍ୟ୍ୟରତ ଥିଲେ ।

Leave A Reply

Your email address will not be published.