ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କୌଣସି ଭୁଲ କିମ୍ବା ଅବହେଳାକୁ ଆଦୌ ସହ୍ୟ କରିପାରିବେ ନାହିଁ। ନିକଟରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। କିଛିଦିନ ତଳେ ଭୟଙ୍କର ବନ୍ୟା ଯୋଗୁଁଁ ଦେଶର ସ୍ଥିତି ଏବେ ସମ୍ପୂର୍ଣ୍ଣ ବିଗିଡ଼ିଯାଇଥଲା। ସେ ନିକଟରେ ୩୦ ସରକାରୀ କର୍ମଚାରୀଙ୍କୁ ଏକାଠି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।
କାରଣ ଏହି କର୍ମଚାରୀମାନେ ବନ୍ୟା ସ୍ଥିତିରୁ ଜନତାଙ୍କୁ ରକ୍ଷା କରିବାରେ ବିଫଳ ହୋଇଥିଲେ। ସୂଚନା ଅନୁଯାୟୀ, ଉତ୍ତର କୋରିଆର ଚାଗଙ୍ଗ ପ୍ରଦେଶରେ ଜୁଲାଇ ମାସରେ ପ୍ରବଳ ବର୍ଷା ହୋଇଥିଲା। ଫଳସ୍ୱରୂପ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହି ବିପର୍ଯ୍ୟୟରେ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେ ଏବଂ ହଜାର ହଜାର ଲୋକ ଭୂମିହୀନ ମଧ୍ଯ ହୋଇଯାଇଛନ୍ତି। ଦକ୍ଷିଣ କୋରିଆର ଚୋସୁନ୍ ଟିଭି ଉତ୍ତର କୋରିଆର ଜଣେ ଅଧିକାରୀଙ୍କ ଅନୁସାରେ କହିଛି ଯେ ବନ୍ୟା ପରିସ୍ଥିତି ଯୋଗୁଁ ଧନଜୀବନ ନଷ୍ଟ ପାଇଁ କିମ ଜୋଙ୍ଗ ଉନ୍ ସରକାରୀ କର୍ମଚାରୀଙ୍କୁ ଦାୟୀ କରିଛନ୍ତି।