ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସୁଛି ପାର୍ବଣ ଋତୁ, ଆଉ ଦିନ କେଇଟା ପରେ ଧରାପୃଷ୍ଟକୁ ଅବତରଣ କରିବେ ବିଘ୍ନହର୍ତ୍ତା ପ୍ରଭୁ ଗଜାନନ,ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛନ୍ତି ମୂର୍ତ୍ତି କାରିଗର | ନୟାଗଡ ଜ଼ିଲ୍ଲା ରଣପୁର ରେ ଗଜାନନଙ୍କର ଭଳିକି ଭଳି ମୂର୍ଣୟ ମୂର୍ତ୍ତି ଗଢିବାରେ ନିମଗ୍ନ କାରିଗର | କିଏ ରଙ୍ଗ ତୁଳିର ସ୍ପର୍ଶରେ ମୂର୍ତ୍ତିଗୁଡିକୁ ଜୀବନ୍ତ କରାଉଛନ୍ତି ତ ଆଉ କିଏ ମାଟିର ଲେପ ଦେଉଛନ୍ତି |
ମୂର୍ତ୍ତି ଶାଳରେ ଗ୍ରାହକଙ୍କ ଚାହିଦା ମୁତାବକ ଚାଲିଛି ଭଳିକି ଭଳି ମୂର୍ତ୍ତି ନିର୍ମାଣ | ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ 50ରୁ ଉର୍ଦ୍ଧ ପ୍ରକାରର ଛୋଟ ବଡ଼ ଗଣେଶଙ୍କର ମୂର୍ତ୍ତି ନିର୍ମାଣ କରି ଗ୍ରାହକ ଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି କାରିଗର | ବାଉଁଶ, ନଡ଼ା ମାଟି ଏବଂ ରଙ୍ଗ ରେ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ଶହେ ଟଙ୍କାରୁ ଆରମ୍ଭ କରି ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି |
ମୂର୍ତ୍ତି, ହାତରେ ଆଉ କମ ସମୟ ଥିବାରୁ ମୂର୍ତ୍ତିନିର୍ମାଣ କରିବାରେ ଦିନରାତି ଏକ କରିଦେଇଛି କାରିଗରଦୁଇ ପଇସା ବ୍ୟବସାୟ ଆଶାରେ ବର୍ଷର ପାର୍ବଣ ଋତୁକୁ ଅପେକ୍ଷା କରିଥାନ୍ତି କାରିଗର ଓ ବ୍ୟବସାୟୀ | 6ମାସର ରୋଜଗାର ଓ ଗୁଜୁରାଣ ମେଣ୍ଟେଇବା ପାଇଁ ମୂର୍ତ୍ତିନିର୍ମାଣ କାମରେ ଲାଗିଛନ୍ତି ଶହ ଶହ କାରିଗର |
Comments are closed.