ଅଙ୍ଗନୱାଡ଼ି କେନ୍ଦ୍ରରେ ବଣ୍ଟା ଯାଉଥିବା ଛତୁଆ ପ୍ୟାକେଟରୁ ବାହାରିଲା ପୋକ ସାଲୁବାଲୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ତଥା ଅପପୃଷ୍ଟି ରୋକିବାକୁ ବିଭିନ୍ନ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଅଣ୍ଡା, ଛତୁଆ, ସୁଜି, ବାଦାମ ଲଡୁ, ଖଜୁରୀ, ଖସାଲଡୁ ଆଦି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଆସୁଥିବା ବେଳେ ଏହି ଖାଦ୍ୟକୁ ଅଙ୍ଗନୱାଡି କେନ୍ଦ୍ର ଦାୟିତ୍ୱରେ ଥିବା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଗେଇଆଶୁଥିବା ।

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମନମୁଖୀ କାର୍ଯ୍ୟ ପା ବିଭିନ୍ନ ସମୟରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟରେ ପୋକ ଦେଖିବାକୁ ମିଳିଥାଏ|ତେବେ ପୁଣି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲା କରଞ୍ଜିଆ ସହର ୱାର୍ଡ ନମ୍ବର ୧୫ ସ୍ଥିତ ଗଡସାହୀ ଅଙ୍ଗନବାଡ଼ି କେନ୍ଦ୍ରରେ | ବଣ୍ଟା ଯାଇଥିବା ସାମଗ୍ରୀ ଗୁଡିକରେ ପୋକ ସାଲୁବାଲୁ ହେଉଥ‌ିବା କିଛି ହିତାଧିକାରୀ ଦେଖୁବାକୁ ପାଇ ଉପଜିଲ୍ଲାପାଳ ପ୍ରେମାଂସୁ ଚାନ୍ଦଙ୍କ ନିକଟରେ ଅଭିଯୋଗ କରିଥିଲେ| ତେବେ ଏନଏସିର ରାଧେବିଶ୍ଵ ନାମକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ୱାର୍ଡ ନମ୍ବର ୧୫ ସହିତ ଏନଏସିର ଅନ୍ୟ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି । ପୋକ ବାହାରୁଥିବା ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ପ୍ରେମଂଶୁ ଚାନ୍ଦ ସୋମବାର ଛତୁଆ ପ୍ରସ୍ତୁତି କେନ୍ଦ୍ର ଓ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

୧୫ ନମ୍ବର ୱାର୍ଡରେ ବଣ୍ଟାଯାଇଥିବା ସୁଜି, ଛତୁଆ ଗୁଡ଼ିକ ଜୁନ, ଜୁଲାଇ ମାସରେ ପେକେଜ ଥିବାବେଳେ ସେଗୁଡିକୁ କାହିଁକି ସେପ୍ଟେମ୍ବର ମାସରେ ଅଙ୍ଗନୱାଡ଼ି ଦିଦି ବାଣ୍ଟିଲେ ଏହା ତାଙ୍କର ମନମୁଖୀ କାର୍ଯ୍ୟ ନୁହେତ ଛୋଟଛୋଟ ଶିଶୁଙ୍କ ଜୀବନ ପ୍ରତି ଖେଳୁ ନାହାନ୍ତି ତ ଏହି ଘଟଣା କୁ ସଠିକ୍ ତଦନ୍ତ କରି ଦଶୀଙ୍କ ବିରୋଧ ରେ ଦୃଢ଼ କାର୍ଯାନୁଷ୍ଠାନ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟ ପକ୍ଷରେ ଏହି ଘଟଣାର ସଠିକ୍ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ଶ୍ରୀ ଚାନ୍ଦ।

Comments are closed.