ସୁଭଦ୍ରା ଯୋଜନା ଆବେଦନ ପାଇଁ ପୋଷ୍ଟାଲ ଓ ବ୍ୟାଙ୍କ ମାନଙ୍କର ହିତାଧିକାରୀମାନଙ୍କର ନାହିଁ ନ ଥିବା ଭିଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁଭଦ୍ରା ଯୋଜନା ଆବେଦନ ପାଇଁ ପୋଷ୍ଟାଲ ଓ ବ୍ୟାଙ୍କ ମାନଙ୍କର ହିତାଧିକାରୀମାନଙ୍କର ନାହିଁ ନ ଥିବା ଭିଡ | ରାଇରଙ୍ଗପୁର ସମେତ ଓଡିଶାର କୋଣ ଅନୁକୋଣରେ ସୁଭଦ୍ରା ଯୋଜନା ଅନ୍ତର୍ଭକ୍ତ କରିବା ପାଇଁ ମହିଳାମାନଙ୍କର ନାହିଁ ନ ଥିବା ଭିଡ ପୋଷ୍ଟାଲ ଓ ବ୍ୟାଙ୍କମାନଙ୍କରେ ଦେଖାଯାଇଥିଲା | ଆଧାର କାର୍ଡରେ ଭୂଲଭଟକା କୁ ସଂଶୋଧନ ଅବା ନିଜ ମୋବାଇଲ ନମ୍ବରକୁ ଆଧାରକାର୍ଡ ସଙ୍ଗେ ଜଡିବାପାଇଁ ଲମ୍ବା ଲାଇନ ପରିଦୃଶ୍ୟମାନ ହୋଇଥିଲା |

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାରେ ପାଂଚ ବର୍ଷରେ ପଚାଶ ହଜାର ଟଙ୍କା ଯୋଗ୍ୟ ହତାଧିକାରୀମାନେ ପାଇବେ ବୋଲି ପ୍ରତିଶୃତି ଦେଇଥିଲେ | ଅର୍ଥାତ୍ ଛଅମାସରେ ପାଂଚ ହଜାର , ପୁଣି ଆଉ ଛଅମାସରେ ପାଂଚ ହଜାର ପାଇପାରିବେ , ଫଳତଃ ବର୍ଷକୁ ଦଶହଜାର ପାଇପାରିବେ | ଯଦ୍ବାରା ସେମାନେ ଆବଶ୍ୟକତା ଅନୁଯାୟୀ ଡେବିଟ୍ କାର୍ଡ ଖର୍ଚ୍ଚ କରିପାରିବେ | ସୁତରାଂ ଏଥିରେ ହତାଧିକାରୀ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହୋଇଥିବ | ସେ ଆୟକରଦାତା ହୋଇନଥିବେ | ସେ ରାଜ୍ୟ ଅବା କେନ୍ଦ୍ର ସରକାର ଅଧୀନରେ କର୍ମଚାରୀ ଭାବେ ମାସିକ ପନ୍ଦର ଶହ ଟଙ୍କା ଅଥବା ତା ଠାରୁ ଅଧିକ କିମ୍ବା ବାର୍ଷିକ ଅଠର ହଜାର ଟଙ୍କା ଅଥବା ତାଠାରୁ ଅଧିକ ସହାୟତା ରାଶି ପାଉ ନ ଥିବେ |

ସେ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇ ନ ଥିବେ | ସେ ପେନସନଭୋଗୀ ହୋଇ ନ ଥିବେ | ତାଙ୍କର ଚାରି ଚକିଆ ଯାନ ନ ଥିବ | ତାଙ୍କ ପରିବାରର ବାର୍ଷକ ଆୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାରୁ କମ୍ ଥିବ | ତାଙ୍କ ପରିବାର ସଦସ୍ୟଙ୍କର ପାଂଚ ଏକରରୁ ଅଧିକ ଜଳସେଚିତ ଜମି ଅବା ଦଶ ଏକରରୁ ଅଧିକ ଅଣ ଜଳସେଚିତ ଜମି ନ ଥିବ | ଦେଖାଯାଉ, ଏହି ସୁଭଦ୍ରା ଯୋଜନାରେ କେତେଜଣ ଲାଭ ଉଠାଇ ପାରୁଛନ୍ତି |

Comments are closed.