ଜ୍ଞାନବାପୀ ମାମଲା: ମୁସଲିମ୍ ପକ୍ଷଙ୍କୁ ବଡ଼ ଝଟକା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ଞାନବାପୀ ମାମଲାରେ ଏକ ବଡ଼ ରାୟ ସାମ୍ନାକୁ ଆସିଛି । ଏହି ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକା ଲାଗିଛି। ଆହ୍ଲାବାଦ ହାଇକୋର୍ଟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣକୁ ସର୍ଭେ ପାଇଁ ରୋକିବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଏହି ସର୍ଭେ ଦ୍ୱାରା କାହାର କୌଣସି କ୍ଷତି ହେବନାହିଁ । ଆହ୍ଲାବାଦ ହାଇକୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ବାରାଣାସୀର ଜ୍ଞାନବାପି ମସଜିଦ ପରିସରକୁ ସର୍ଭେ କରିବାକୁ ଅନୁମତି ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟରେ ଏହି ଶୁଣାଣି ହୋଇଥିଲା। ଶୁଣାଣି ପରେ ଏଏସଆଇର ସର୍ଭେକୁ ଅନୁମୋଦନ କରାଯାଇଛି। ମୁସଲିମ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରୀତିଂକର ଦିୱାକରଙ୍କ ଏକକ ବେଞ୍ଚ ଶୁଣାଣି କରିଛନ୍ତି।

Leave A Reply

Your email address will not be published.