ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ଆଉ ବସ୍ତି ହେବନାହିଁ। ସରକାର ସୁଲଭ ମୂଲ୍ୟରେ ଘର କରି ଲଟେରି ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରଦାନ କରିବେ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର। ରାଜଧାନୀରେ ୧୫ଲକ୍ଷ ଟଙ୍କାରେ ଘର ମିଳିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରୟାସରେ ଏହାକୁ ତିଆରି କରାଯିବ । ବିଭିନ୍ନ ଘରୋଇ କ୍ଷେତ୍ର ସହଯୋଗରେ ଏହି ଶସ୍ତା ଘର ତିଆର ହେବ ।
୧୫ ଲକ୍ଷ ଟଙ୍କାରୁ ନେଇ ୫୦ ଲକ୍ଷ ଟଙ୍କାରେ ଅଲଗା ଅଲଗା ବର୍ଗ ପାଇଁ ଘର ରହିବ । ଏ ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ଭୁବନେଶ୍ୱର ସହରରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ରାଜ୍ୟ ସରକାର । MIG, LIG, LIG -1, MIG -2 ଘର ଦେବେ ସରକାର।