ଓଡ଼ିଆ ନ୍ୟୁଜ୍: ଜୁନ୍ରେ ସରିବ ରାସନ୍ କାର୍ଡ ପାଇଁ ଇ- KYC।ଏଥିରୁ ବାଦ୍ ପଡ଼ିପାରନ୍ତି ୨୦ ଲକ୍ଷ ହିତାଧୀକାରୀ।ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ହିତାଧିକାରୀ E-KYC କରିଛନ୍ତି । ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା । ନୂଆ ସରକାର ଆସିଲା ପରେ ୧୭ ଲକ୍ଷ ଆବେଦନ ଆସିଥିଲା । ୬ ଲକ୍ଷ ରାସନ କାର୍ଡ ଏବଂ ଦିଆଚାଲିଛି । ବାକି ଆଉ ୧୫ ଲକ୍ଷ କାର୍ଡ ଆପ୍ରୁଭ ସରିଛି । କେବଳ ବ୍ଲକ ଅଫିସ ନୁହେଁ ଜନ ସେବା କେନ୍ଦ୍ରରେ ଅନ୍ଲାଇନ୍ ଆବେଦନ ହେଉଛି । ନୂଆ ସରକାରଙ୍କୁ ଉପରେ ଆସ୍ଥା ଥିବାରୁ ଭିଡ଼ ହେଉଛି ।