ସ୍ୱାଭାବିକ ହେଲା ଧାନ କିଣା: ଯୋଗାଣ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଆଜିଠୁ ରାଜ୍ୟରେ ସ୍ଵାଭାବିକ ହେଲା ଧାନ କିଣା। ୧୯ଟି ଜିଲ୍ଲାରେ ଉଠାଯାଉଛି ଧାନ। ମିଲର୍ସଙ୍କ କିଛି ଦାବିକୁ ରାଜ୍ୟ ସରକାର ମାନିଛନ୍ତି। ମଙ୍ଗଳବାର ମିଲର୍ସ ସଂଘ ସହିତ ଆଲୋଚନା ହୋଇଥିଲା। ଏନେଇ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛିବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ୧୯ଟି ଜିଲ୍ଲାରେ ଆଜି ସୁଦ୍ଧା ୩ ଲକ୍ଷ ୧୫ ହଜାର ୪୩୧ ଚାଷୀଙ୍କଠାରୁ ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲରମାନେ ଉଠାଇଛନ୍ତି। ଏ ବାବଦରେ ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଂଶ ଦିଆଯାଇଛି।

Leave A Reply

Your email address will not be published.