ପେଟ୍ରୋଲ୍ ପମ୍ପ୍‌, ସୁନା ଦୋକାନ, ଚିକେନ୍‌ ଦୋକାନ ସବୁଠି ଓଜନରେ ଠକେଇ: କୃଷ୍ଣଚନ୍ଦ୍ର ପାତ୍ର

0

ଓଡ଼ିଆ ନ୍ୟୁଜ୍:ରାଜ୍ୟରେ ନକଲି ମାପକ ଯନ୍ତ୍ରରେ ବିଭିନ୍ନ ସାମଗ୍ରୀ ବିକ୍ରି ନେଇ ଉଦ୍‌ବେଗ।ଚଢ଼ାଉ ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ।ପେଟ୍ରୋଲ୍ ପମ୍ପ୍‌, ସୁନା ଦୋକାନ, ଚିକେନ୍‌ ଦୋକାନ ସବୁଠି ଓଜନରେ ଠକେଇ। ସୁନା ଦୋକାନ ଗୁଡ଼ିକ ଉପରେ ଚଢ଼ାଉ ବଢ଼ାଇବା ପାଇଁ ନିର୍ଦ୍ଦେଶ।ଅଫିସର୍‌ ଚଳିତ ବର୍ଷ ଅଧିକ ଚଢ଼ାଉ କଲେ ଆସନ୍ତା ବର୍ଷ ପୁରସ୍କାର ଦିଆଯିବ।‘ଯାହା ଆବଶ୍ୟକ ସେଥିପାଇଁ ସରକାର ସହାୟତା ଯୋଗାଇ ଦେବେ’।ବିଭାଗରେ ଖାଲି ଥିବା ପଦବୀ ମଧ୍ୟ ପୂରଣ କରାଯିବ।

ଅନେକ ସ୍ଥାନରେ ଭୁଲ୍ ଏବଂ ନକଲି ମାପକ ଯନ୍ତ୍ରରେ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଛି । ତେଣୁ ଚଢ଼ଉ ଜୋରଦାର କରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କାହା ଉପରେ ଦୟା ଦେଖାନ୍ତୁ ନାହିଁ । ଆଖି ଦୃଶିଆ ଫାଇନ କରନ୍ତୁ । ଏମିତି ହେଲେ ଅସାଧୁ ବ୍ୟବସାୟୀଙ୍କୁ ମଧ୍ୟରେ ଭୟ ସୃଷ୍ଟି ହେବ । ଖାଉଟିଙ୍କୁ ନ୍ୟାୟ ଦେବା ଲକ୍ଷ୍ୟ ନେଇ କାମ କରିବାକୁ ଅଧିକାରୀଙ୍କୁ ଆହ୍ଵାନ ଦେଲେ ମନ୍ତ୍ରୀ । ବ୍ଲକ ସ୍ତରରେ ମଧ୍ୟ ଖାଉଟି ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଯେମିତି ଠକାମୀର ଶିକାର ହେଲେ ଅଭିଯୋଗ କରିବାକୁ ଖାଉଟିଙ୍କ ସାହସ ମିଳିପାରିବ।

Leave A Reply

Your email address will not be published.