ଲଦାଖର ତୁର୍ତ୍ତୁକ୍ ସେକ୍ଟରରେ ଏକ ଦୁର୍ଘଟଣାରେ ଭାରତୀୟ ସେନାର ୭ ଜଣ ସୈନିକ ପ୍ରାଣ ହରାଇଛନ୍ତି | ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ଗାଡିରେ ସମୁଦାୟ ୨୬ ସୈନିକ ଉପସ୍ଥିତ ଥିଲେ। ଆହତମାନଙ୍କୁ ଚିକିତ୍ସା କରାଯାଉଛି। ସମସ୍ତଙ୍କୁ ସାମରିକ ଡାକ୍ତରଖାନା ନିଆଯାଇଥିଲା। ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସୈନିକମାନଙ୍କ ଏକ ଟ୍ରକ୍ ସୋକ ନଦୀରେ ଖସି ପଡ଼ିବା ପରେ ଏହି ଘଟଣା ଘଟିଥିଲା।
୨୬ ଯବାନଙ୍କ ଏକ ଟିମ୍ ପରତାପୁରର ଟ୍ରାନଜିଟ୍ କ୍ୟାମ୍ପରୁ ହନିଫର ଫରୱାର୍ଡ ଅଞ୍ଚଳକୁ ଯାଉଥିଲେ । ଥୁଇସରୁ ପାଖାପାଖି ୨୫ କିଲୋମିଟର ଦୂର ବାକିଥିବା ବେଳେ ଗାଡିଟି ସ୍ଲିପ ମାରି ସୋକ ନଦୀକୁ ଖସିପଡିଥିଲା । କୁହାଯାଉଛି କି ସଡକ ପତନ ଠାରୁ ୫୦ ରୁ ୬୦ ଫୁଟ ତଳକୁ ଗାଡିଟି ଖସିପଡିଥିଲା । ଏହି ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଂଚି ସମସ୍ତ ୨୬ ଜଣ ଯବାନଙ୍କୁ ଉଦ୍ଧାର କରି ପରତାପୁର ହସ୍ପିଟାଲକୁ ପଠାଇଥିଲେ । ହେଲେ ସେଠାରେ ୭ ଜଣ ଯବାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାପରେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି । ସେପଟେ ଲେହରୁ ଏକ ସର୍ଜିକାଲ ଟିମ ପରତାପୁର ପଠାଯାଇଛି । ତେବେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ବାୟୁସେନା ହେଲିକପ୍ଟରର ସାହାଯ୍ୟ ମଧ୍ୟ ନିଆଯାଉଛି। ଦୁର୍ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟକୁ ଅପେକ୍ଷା କରାଯାଇଛି।