ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ଏହାକୁ ଆଜି ଭର୍ଚ୍ଚୁଆଲରେ ମାଧ୍ୟମରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ସଦର ମହକୁମା ଛତ୍ରପୁର ରୁ ଏହାର ଶୁଭାରମ୍ଭ ହେବ ।
ଗଞ୍ଜାମ ଜିଲ୍ଲାର ୧୨୪ଟି ରୁଟରେ ୧୨୪ ଲକ୍ଷ୍ମୀ ବସ ଚାଲିବାକୁ ଥିବା ବେଳେ ପ୍ରଥମେ ୪୭ଟି ବସ ଗଡିବ । ପରେ ପର୍ୟ୍ୟାୟ କ୍ରମେ ଅନ୍ୟ ସବୁ ପଞ୍ଚାୟତରେ ଏହି ବସ ଗଡିବ ବୋଲି ସୂଚନା ମିଳିଛି । ଆଜିର ଶୁଭାରମ୍ଭ ସହ ରାଜ୍ୟର ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡିବ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଲୋକଙ୍କ ସହଜ ଓ ସୁଲଭ ଗମନାଗମନ ପାଇଁ ରାଜ୍ୟ ସରକାର ଗତବର୍ଷ ‘ଲୋକେସନ ଆକସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ’ ବା ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରିଥିଲେ ।
ପ୍ରଥମେ ଗତବର୍ଷ ଅକ୍ଟୋବରରେ ମାଲକାନଗିରି ଜିଲ୍ଲାରୁ ଏହି ବସ୍ ସେବା ଆରମ୍ଭ ହୋଇଥିଲା । ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଗଞ୍ଜାମ ଜିଲ୍ଲାର ୧୨୪ଟି ରୁଟରେ ଚାଲିବ ଲକ୍ଷ୍ମୀ ବସ୍।