ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି। ଧ୍ୱନି ଜଗତର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା ଅମିନ ସୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ।

ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ। ଏହା ସହିତ ୨୦ରୁ ଅଧିକ ଜିଙ୍ଗଲ ଓ ବିଜ୍ଞାପନରେ ସ୍ୱର ଦେଇଥିଲେ। ୮୦ ଓ ୯୦ ଦଶକରେ ରେଡିଓ କହିଲେ ଏକ ପ୍ରକାର ଅମିନ ସାୟାନିଙ୍କୁ ବୁଝାଯାଉଥିଲା କହିଲେ ଭୁଲ୍ ହେବନି। ବିଶେଷ କରି ଗୀତମାଲା କାର୍ଯ୍ୟକ୍ରମ ପାଇଁ ସେ ସାରା ଦେଶରେ ପରିଚିତ ହୋଇପାରିଥିଲେ।

ଏପରିକି ରେଡିଓର ଲୋକପ୍ରିୟତା ମଧ୍ୟ ଏଥିପାଇଁ ବଢ଼ିଥିଲା। ଶ୍ରୋତାଙ୍କ ଅନୁରୋଧରେ ଗୀତ ବଜାଇବା ସହିତ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ଅମିନ ସାୟାନିଙ୍କୁ ଲୋକପ୍ରିୟ କରିଥିଲା। ଏହି କାର୍ଯ୍ୟକ୍ରମ ୧୯୫୨ରୁ ୨୦୦୩ ଯାଏ ଚାଲିଥିଲା।

Leave A Reply

Your email address will not be published.