ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) :  ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ । ଏକ ୧୫ ଜଣିଆ ଟିମକୁ ନେଇ ହେବ ଲେଜର ସ୍କାନିଂ । ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ । ଏଏସଆଇ କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ । ଏହି ଟିମରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ଶ୍ରୀ ମନ୍ଦିର ବୈଷୟିକ କମିଟି ସଦସ୍ୟ ଏନ ସି ପାଲ ମଧ୍ୟ ସାମିଲ ଅଛନ୍ତି ।

ଏଏସଆଇ ଅଧୀକ୍ଷକ ଜିବି ଗଡ଼ନାୟକଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପାଇଁ 4 ଘଣ୍ଟା ଲାଗିବ । ଏଥିପାଇଁ ସ୍ଵତନ୍ତ୍ର କ୍ୟାମେରାରେ ଚିତ୍ର ଉତ୍ତୋଳନ କରାଯିବ । ଏହା ଦ୍ବାରା ରତ୍ନଭଣ୍ଡାରର ବାହାର ଅଂଶରେ କେଉଁଠି ଫାଟ ରହିଛି କି ନା, ତାହା ସ୍ପଷ୍ଟ ହେବ। ପରେ ଏହି ଚିତ୍ରକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏଏସଆଇ ଅଧୀକ୍ଷକ ଜିବି ଗଡ଼ନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଏଥି ସହ ଅନ୍ୟାନ୍ୟ ମନ୍ଦିର ଗୁଡ଼ିକର ଲେଜର ସ୍କାନିଂ କରାଯିବ।ର କାର୍ଯ୍ୟକ୍ରମ ରହିଛି । କାର୍ତ୍ତିକ ମାସ ଶେଷ ହୋଇଥିବା ବେଳେ, ମନ୍ଦିରରେ ଭକ୍ତଙ୍କ ଭିଡ଼ କମିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ଲେଜର ସ୍କାନିଂ କାମ ଭଲ ଭାବେ ହୋଇ ପାରିବ ।

ସୂଚନାଯୋଗ୍ୟ ଯେ, ପଞ୍ଚୁକ ୫ ଦିନ ଶ୍ରୀମନ୍ଦିରରେ ଭିଡ ଅଧିକ ରହୁଥିବାରୁ ଲେଜର୍ ସ୍କାନିଂ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ତେଣୁ ଏଏସ୍ଆଇ ଟିମ୍ ଯେକୌଣସି ସମୟରେ ଆସି ଲେଜର ସ୍କାନିଂ କରିପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଥିଲେ । ରତ୍ନଭଣ୍ଡାର ସହ ମୁଖ୍ୟ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ ବୋଲି ସେ ସୂଚନା ଦେଇଥିଲେ । ତେବେ ଲେଜର ସ୍କାନିଂ ରିପୋର୍ଟକୁ ବୈଷୟିକ କମିଟି ତର୍ଜମା କରିବା ପରେ, ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

Leave A Reply

Your email address will not be published.