ପଞ୍ଜାବରେ ଲସ୍କର ଆତଙ୍କବାଦୀ

0

ଓଡ଼ିଆ ନ୍ୟୁଜ, ପଞ୍ଜାବ : ଆଜି ଜାମ୍ମୁ-କାଶ୍ମୀରର ଦୁଇ ନିବାସୀଙ୍କୁ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଗିରଫ କରିଛି ପଞ୍ଜାବ ପୋଲିସ । ପୋଲିସ ଲସ୍କର-ଏ-ତୋଏବା ର ଆତଙ୍କୀ ମଡୁ୍ୟଲକୁ ଭଣ୍ଡୁର କରିଥିବା ଦାବି କରିଛି । ଗିରଫ ଦୁଇ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଆଇଇଡି, ୨ଟି ହ୍ୟାଣ୍ଡ ଗ୍ରେନେଡ ଗୋଟିଏ ପିସ୍ତଲ, ୨ଟି ମାଗାଜିନ, ୨୪ କାର୍ଟିଜ, ଗୋଟିଏ ଟାଇମର ସୁଇଚ୍, ୮ଟି ଡିଟୋନେଟର ଏବଂ ୪ଟି ବ୍ୟାଟେରୀ ଜବତ କରିଛି ପୋଲିସ ।

ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କହିଛନ୍ତି ଯେ, ଅମୃତସର ପୋଲିସର ରାଜ୍ୟ ସ୍ୱତନ୍ତ୍ର ଅଭିଯାନ ସେଲ ଏକ କେନ୍ଦ୍ରୀୟ ଏଜେନ୍ସି ସହ ମିଶି ଏହି ଅପରେସନ ଚଳାଇଥିଲା । ଡିଜିପି କହିଛନ୍ତି ଯେ ଆତଙ୍କୀ ମଡ୍ୟୁଲର ଅପରେସନକୁ ଲସ୍କର-ଏ-ତୋଏବାର ସକ୍ରିୟ ସଦସ୍ୟ ଫିର୍ଦୋସ ଅହମ୍ମଦ ଭଟ ସମ୍ଭାଳୁଥିଲେ। ତାଙ୍କ ନିର୍ଦ୍ଦେଶରେ ହିଁ ସେମାନେ ପଞ୍ଜାବରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଆସିଥିଲେ। ଗିରଫ ଦୁଇ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ପ୍ରାରମ୍ଭିକ ପଚରାଉଚରାରେ ଆତଙ୍କବାଦୀମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସିଥିଲେ।

Leave A Reply

Your email address will not be published.