ସେପ୍ଟେମ୍ବର ୧୫ରୁ ହେବ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା।ହୁଣ୍ଡି ସିଫ୍ଟ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ।‘ପରିଚାଳନା କମିଟି ଗଠନ ପରେ ହୁଣ୍ଡି ସିଫ୍ଟ ହେବ।୩-୪ଭିତରେ କମିଟି ଗଠନ ଶେଷ ହେବ।ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ହେଉଥିଲା ।

କିନ୍ତୁ ଏପର୍ଯ୍ୟନ୍ତ ହୋଇନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ହେବା ନେଇ ଦାବି ହୋଇଆସୁଥିଲା । କାର୍ତ୍ତିକରେ ଲକ୍ଷାଧିକ ଭକ୍ତ ପୁରୀ ଆସିବେ । ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଧାଡ଼ି ଦର୍ଶନ ବ୍ୟବସ୍ଥା କିନ୍ତୁ ହୋଇନଥିଲା ।

Leave A Reply

Your email address will not be published.