ଆଇନଜୀବୀ ପୀତବାସ ପଣ୍ଡାଙ୍କ ପାଇଁ ରାଜ୍ୟରେ ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟ ବାର୍‌ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ବୁଧବାର ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଏ ନେଇ ପ୍ରେସ୍‌ ଇସ୍ତାହାରରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଏଥିସହ ପୀତବାସଙ୍କ ପରିବାରକୁ ସରକାର କୋଟିଏ ଟଙ୍କା କ୍ଷତିପୂରଣ ପ୍ରଦାନ, ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟିକ ତଦନ୍ତ ଦାବି କରିଛି ରାଜ୍ୟ ଆଇନଜୀବୀ ପରିଷଦ।

ଘଟଣା ଅନୁସାରେ, ଦୁଇଜଣ ଅଜଣା ଯୁବକ ବ୍ରହ୍ମପୁରସ୍ଥିତ ତାଙ୍କ ଘର ସାମ୍ନାରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିବା ଆଇନଜୀବୀମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା। ଆଇନ ସେବା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ପ୍ରତି ଏହା ସିଧାସଳଖ ଶକ୍ତ ଧକ୍କା। ତେଣୁ ରାଜ୍ୟର ସବୁ ବାର୍‌ର ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ ରହି କଲମଛାଡ଼ ଜରିଆରେ ସ୍ବର୍ଗତ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ରାଜ୍ୟ ଆଇନଜୀବୀ ପରିଷଦର ପ୍ରତିନିଧିଗଣ ବ୍ରହ୍ମପୁର ଗସ୍ତରୁ ଫେରିବା ପରେ ଦ୍ବିବେଦୀ କହିଛନ୍ତି।

Leave A Reply

Your email address will not be published.