ଗୋପବନ୍ଧୁନଗର ବ୍ଲକରେ ଗଡ଼ିଲା ଲକ୍ଷ୍ମୀବସ; ଉଦଘାଟନ କଲେ ସ୍ଥାନୀୟ ବିଡ଼ିଓ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋପବନ୍ଧୁନଗର ବ୍ଲକରେ ଗଡ଼ିଲା ଲକ୍ଷ୍ମୀବସ, ଉଦଘାଟନ କଲେ ସ୍ଥାନୀୟ ବିଡ଼ିଓ | ଖୁଣ୍ଟା ଥାନା ଅନ୍ତର୍ଗତ ତଥା ଗୋପବନ୍ଧୁନଗର ବ୍ଲକ ଅଧିନରେ ବିଭିନ୍ନ ପଞ୍ଚାୟତରେ ଲକ୍ଷ୍ମୀବସ ଯୋଜନାର ଶୁଭାରମ୍ଭ ହୋଇଛି ।

ଆଜି ଦିନ ୧୧ ଟା ସମୟରେ ଏହି ଲକ୍ଷ୍ମୀବସ ଯୋଜନାର ଉଦଘାଟନ ସ୍ଥାନୀୟ ବିଡ଼ିଓ କରୁଣାକର ଧିନ୍ଦା ସବୁଜ ପତକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ବ୍ଲକ ଅଧିନରେ ୧୩ ଗୋଟି ପଞ୍ଚାୟତ ଲାଗି ୩ ଗୋଟି (ପଶୁଦା , ଆରପଟା ଓ ବରଡ଼ିହି ) ଲକ୍ଷ୍ମୀବସ ଗଡ଼ିବା କୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨ଗୋଟି ବସ ସେବା ଆଜି ଠାରୁ ଆରପଟା ଓ ପଶୁଦା ପଞ୍ଚାୟତକୁ ଏହି ସେବା ଆରମ୍ଭ ହୋଇଛି । ଏହି ବସ ଗୁଡ଼ିକ ବ୍ଲକ ମୁଖ୍ୟ କାର୍ଯ୍ୟାଳୟଠାରୁ ପ୍ରତ୍ୟେହ ଦିନ ୬ ଠାରୁ ବାହାବରିବା ସହିତ ଓଏସଆରଟିସି ପ୍ରଦତ୍ତ ରୋଟ ଚ଼ାଟ ଅନୁଯାୟୀ ବିଭିନ୍ନ ପଞ୍ଚାୟତକୁ ସଂଯୋଗ କରିବ ବୋଲି ଜଣା ଯାଇଛି ।

ସେହିପରି ପ୍ରତ୍ୟେକ ଦିନ ବସଗୁଡ଼ିକ ଚିହ୍ନଟ ପଞ୍ଚାୟତ ଦେଇ ୪ ଥର ଚଳପ୍ରଚଳ କରିବ | ଏହି ସେବା ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଗମନାଗମନ ସମସ୍ୟାର ସମାଧାନ ହେବାସହ ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହ ଅର୍ଥନୀତି ସୁଦୃଢ ହେବ ବୋଲି ବିଡ଼ିଓ ଶ୍ରୀ ଧିନ୍ଦା ପ୍ରକାଶ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଏସଆରଟିସି ର ସୁପରଭାଇଜର ପ୍ରତୀକ ମହାନ୍ତି, ବ୍ଲକ କର୍ମଚ଼ାରୀ ଓ ସ୍ଥାନୀୟ ବୁଦ୍ଧିଜିବି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.