ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଶୀତୁଆ ସକାଳରେ ଉଷୁମ ପାଣିରେ ଗାଧୋଇବାର ମଜା ଟିକେ ନିଆଁରା । ତାହା ପୁଣି ଗିଜର କିମ୍ବା ଅନା କୌଣସି କୃତିମ ଉପାୟରେ ନୁହେଁ । ଖୋଦ ପ୍ରାକୃତିକ ଗରମ ପରିବେଶ ମଧ୍ୟରେ ଶୀତୁଆ ସକାଳ ଉପଭୋଗ କରିବା ପାଇଁ ଦେଶର କୋଣ ଅନୁକୋଣରୁ ଛୁଟି ଆସିଥାନ୍ତି ଅନେକ ପର୍ଯ୍ୟଟକ । ଗରମ ପାଣିରେ ଗାଧୋଇବା ସହ ଗରମ ପରିବେଶ କୁ ଉପଭୋଗ କରିଥାନ୍ତି ପର୍ଯ୍ୟଟକ । ରାଜ୍ୟ ପର୍ଯ୍ୟଟନ ମାନ ଚିତ୍ରରେ ଖୋଦ୍ଧା ଜିଲ୍ଲାର ଅଟ୍ରି ଉଷ୍ଣ ପ୍ରସବଣ ଏକ ପ୍ରମୁଖ ସ୍ଥାନ ପାଇଛି । ଅଟ୍ରି ଉଷ୍ଣ ପ୍ରସବଣ ସ୍ଥାନୀୟ ଅଂଚଳରେ କୂଆ କୁଣ୍ଡ ଭାବରେ ବେଶ୍ ପରିଚିତ । ବିଶ୍ୱାସ ରହିଛି ଏହି କୁଣ୍ଡର ପାଣିରେ ସ୍ନାନ କଲେ ସମସ୍ତ ଚର୍ମ ରୋଗ ଭଲ ହୋଇ ଯାଏ । ଗୋଟିଏ କୂଅରୁ ଅନବରତ ପାଣି ଟକମକ ହୋଇ ଫୁଟି ବାହାରୁ ଥାଏ ।
ତାହା ପୁଣି କେଉଁ କୃତ୍ରିମ ଉପାୟରେ ନୁହେଁ । କାହିଁ କେତେ ବର୍ଷ ପୂର୍ବରୁ ଏଠାରେ ଏଭଳି ପାଣି ଫୁଟୁଛି । ପୌରାଣିକ ଅନୁଯାୟୀ ଏହାର ଅନେକ କାରଣ ରହିଛି । ଅଟ୍ରିର ପ୍ରସିଦ୍ଧ ଠାକୁର ହେଉଛନ୍ତି ହଟକେଶେବର ମହାଦେବ । ଏଠାରେ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୌରାଣିକ କଥା ଅନୁଯାୟା ମହାଦେବଙ୍କୁ ଗୋ ହତ୍ୟା ଏବଂ ବ୍ରହ୍ମ ହତ୍ୟାର ଦୋଷ ଲାଗିଥିଲା । ଯେତେବେଳେ ଦକ୍ଷ ପ୍ରଜାପତିଙ୍କୁ ମାରିଥିଲେ ପରେ ଦକ୍ଷଙ୍କୁ ମେଣ୍ଡା ମୁଣ୍ଡ ଦେଇ ବଂଚାଇଥିଲେ । ସେତେବେଳେ ମହାଦେବଙ୍କୁ ବ୍ରହ୍ମହତ୍ୟାର ଦୋଷ ଲାଗିଥିଲା । ଏବଂ କପିଳ ଗାଇର ବାଛୁରୀକୁ ମାରିଥିବାରୁ ତାଙ୍କୁ ଗୋ ହତ୍ୟାର ଦୋଷ ଲାଗିଥିଲା । ଗୋହତ୍ୟା ବ୍ରହ୍ମ ହତ୍ୟା ଦୂର ହେବା ପାଇଁ ଦେବତାଙ୍କ ଗୁରୁ ବୃହସ୍ପତି ଓ ଅସୁରଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ମହାଦେବଙ୍କୁ ତପସ୍ୟା କରିବା ପାଇଁ କହିଥିଲେ । ମହାଦେବ ତପସ୍ୟା କରିବା ସମୟରେ ତାରକାସୁର ବ୍ରହ୍ମାଙ୍କ ଠାରୁ ବରଦାନ ପାଇ ଦେବତା ମାନଙ୍କୁ ଅତ୍ୟାଚାରକରୁଥିଲା । ଶିବଙ୍କ ତପସ୍ୟା ଭାଙ୍ଗିବା ପାଇଁ ତାରକାସୁର କନ୍ଦର୍ପ ଅସୁରକୁ ପଠେଇ ଥିଲେ ।
କନ୍ଦର୍ପ ଶିବଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ସର ମାରିଥିଲେ ପରେ ଶିବ କ୍ରୋଦ୍ଧନ୍ୱିତ ହୋଇ କନ୍ଦର୍ପ ଅସୁରକୁ ତାଙ୍କ ଭସ୍ମ କରିଦେଇଥିଲେ । ପରେ ରାଗରେ ମହାଦେବ ତଳକୁ ତ୍ରିଶୁଲ ମାରିଥିଲେ ସେବେଠାରୁ ସେହିସ୍ଥାନରୁ ଶିବଙ୍କ କ୍ରୋଦ୍ଧ କାରଣରୁ ଗରମ ପାଣି ବାହାରୁଛି । କିନ୍ତୁ ବୌଜ୍ଞାମିକ କାରଣ ଅନୁଯାୟୀ ଏହି ସ୍ଥାନ ଏକ ସୁପ୍ତର ଅଂଶ ବିଶେଷ ବୋଲି କୁହାଯାଉଛି । ଏଠାରୁ ନିର୍ଗତ ପାଣି ୪୨ ଡିଗ୍ରୀ ସେଣ୍ଟିଗ୍ରେଟ ଏବଂ ଆଦ୍ରତା ୮୭ ପ୍ରତିଶତ , ପିଏଚ୍ ୬.୫ ,ଅଙ୍ଗାର କାମ୍ଲ ୨୦ରୁ ୨୭ ମିଲିଗ୍ରାମ , କ୍ଲୋରାଇଡ୍ ୯.୧୨ ମିଲିଗ୍ରାମ , କ୍ୟାଲସିୟମ ୬.୯ ମିଲିଗ୍ରାମ, ସଲଫେଟ୍ ୮.୩୪ ରୁ ୧୮.୨୫ ମିଲିଗ୍ରାମ ଏମିତି ଅନେକ ରାସାୟନିକ ପଦାର୍ଥ ରହି ଏହି ପାଣିରେ । ତେବେ ଏ ସବୁ ଅନେକ ପୌରାଣିକ ଓ ବୌଜ୍ଞାନିକ ତତ୍ୱକୁ ଭିତି କରି ଏଠାରେ ବିଶେଷ କର ଶୀତ ଦିନ ପ୍ରକୃଷ୍ଠ ସମୟ ହୋଇଥାଏ । ସେଥିପାଇଁ ଶୀତର ଦିନର ମଜା ନେଇଥାନ୍ତି ପର୍ଯ୍ୟଟକ ।