ବିନା ଲାଇସେନ୍ସରେ ରାଜ୍ୟର ଶତାଧିକ କାଉଣ୍ଟରରେ ଚାଲିଛି ମଦ ବିକ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିନା ଲାଇସେନ୍ସରେ ରାଜ୍ୟର ଶତାଧିକ ବାରରେ ବେଧଡ଼କ ଚାଲିଛି ମଦବିକ୍ରୀ । ରାଜ୍ୟସାରା ଏ ଯାଏଁ ମଦ ଦୋକାନୀଙ୍କ ଲାଇସେନ୍ସ ନବୀକରଣ ହୋଇନାହିଁ । ତାସତ୍ତେ୍ୱ ଶତାଧିକ ବାର, ପବ ଓ ତାରକା ହୋଟେଲରେ ବେଆଇନ ଭାବେ ମଦ ବିକ୍ରୀ ଚାଲିଛି । ଭୁବନେଶ୍ୱୂରର ବିଭିନ୍ନ ସ୍ଥାନରେ ରିଏଲଟି ଚେକ କରିବା ପରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ମାର୍ଚ୍ଚ ୩୧ ପରେ ଲାଇସେନ୍ସ ନବୀକରଣ ହୋଇନଥିବାରୁ ୬ ଦିନ ହେଲା ବେଆଇନ ଭାବେ ମଦ ବିକ୍ରୀ ଚାଲିଛି । ବ୍ୟବସାୟୀ ବି ଡିପୋରୁ ମଦ ଉଠାଇପାରୁନାହାନ୍ତି । ଫଳରେ ଏହା ବ୍ଲାକ ମାର୍କେଟିଂକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ବ୍ୟବସାୟୀ ଲାଇସେନ୍ସ ନବୀକରଣ ପାଇଁ ଅନଲାଇନରେ ଆବେଦନ କରିସାରିଛନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । କିଛି ସ୍ଥାନରେ ବେଆଇନ ମଦ ବିକ୍ରୀ ଚାଲିଛି । ଆଉ କିଛି କାଉଣ୍ଟରରେ ମଦ ନାହିଁ ବୋଲି କୁହାଯାଉଛି । କିନ୍ତୁ ଅଧିକ ଟଙ୍କା ଦେଲେ ମଦ ମିଳିଯାଉଛି ।

ରାଜଧାନୀରେ ଏବେ ୫୭ଟି ଅଫସପ୍ ଲାଇସେନ୍ସଧାରୀ ଅଛନ୍ତି । ବାର, ପବ ଓ ତାରକା ହୋଟେଲକୁ ୧୧୩ ଲାଇସେନ୍ସ ଦିଆଯାଇଛି । ଏଭଳି ୧୭୦ ସ୍ଥାନରେ ମଦ ବିକ୍ରୀ ପାଇଁ ଅନୁମତି ଅଛି । ଗତ ଆର୍ଥିକ ବର୍ଷରେ କେତେକ ବ୍ୟବସାୟୀ ଏମଜିକ୍୍ୟୁ ହାସଲ କରିପାରିନଥିଲେ । ଫଳରେ ସେମାନଙ୍କ ଲାଇସେନ୍ସ ନବୀକରଣ ହୋଇପାରିନଥିଲା । ଅବକାରୀ ଅଧିକାରୀ ଏପ୍ରିଲ ପହିଲାରେ ହିଁ ଏହି ମଦ କାଉଣ୍ଟର ବନ୍ଦ କରିଦେଇଥିଲେ । ଏବେ ୬ ଦିନ ବିତିଯାଇଥିବେ ବି ଲାଇସେନ୍ସ ନବୀକରଣ ହୋଇନାହିଁ ।

Leave A Reply

Your email address will not be published.