ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ୟ୍ୟ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ବଲାଙ୍ଗୀର ନୂଆଁଖାଇ ପାଇଁ ବାହାରିଲା ଲଗ୍ନ । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ଧାର୍ୟ୍ୟ କରାଯାଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀ ତଥା ସେପ୍ଟେମ୍ବର ୨୦ ତାରିଖ ଦିନ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ହେବ ନବାନ୍ନ ବିଧି । ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ବରୀଙ୍କୁ ପରମ୍ପରା ଅନୁଯାୟୀ ନୂଆଲାଗି ହେବ। ପାଟଣା ଷ୍ଟେଟ ହାଉସ୍ ହୋଲଡ଼ ଅଫିସରୁ ବାହାରିଲା ଲଗ୍ନ । ବଲାଙ୍ଗୀର ରାଜ ପୁରୋହିତ ସନ୍ତୋଷ ଦାସ ଏନେଇ ସୂଚନା ଦେଇଛନ୍ତି।

ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ୟ୍ୟ ହୋଇଛି । ଏହି ସମୟରେ ବଲାଙ୍ଗୀରବାସୀ ନୂଆଁ ଖାଇବେ। ନୂଆ ପୋଷାକ ସହ ଉତ୍ସବମୁଖର ହୋଇଉଠିବ ପଶ୍ଚିମ ଓଡିଶା । ଘରେ ନାଚ, ଗୀତ, ପିଠା-ପଣାର ଆସର ଜମିବ । ତେଣୁ ଏହି ପର୍ବକୁ ପଶ୍ଚିମ ଓଡିଶା ବାସୀ ଉତ୍କଣ୍ଠାର ସହ ଚାହିଁ ବସିଥାନ୍ତି ।

କେମିତି ଧାର୍ୟ୍ୟ ହୋଇଥାଏ ନୂଆଁଖାଇ ଲଗ୍ନ?
ଲଗ୍ନଃତେବେ ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ । ପରେ ଏହାକୁ ପ୍ରସାଦ ଭାବେ ସେବନ କରାଯାଇଥାଏ । ପାଟଣେଶ୍ୱରୀ ଏବଂ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ଲଗ୍ନ ବାହାରିଥାଏ ।

Leave A Reply

Your email address will not be published.