ବଦଳିବ ଲୋକସେବା ଭବନ ଓ ବିଧାନସଭା ଢ଼ାଞ୍ଚା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟର ଭିତ୍ତିଭୂମିକୁ ଆଧୁନିକୀକରଣ ଦିଗରେ ସରକାଙ୍କ ବଡ଼ ପଦକ୍ଷେପ। ଆଧୁନିକ ସ୍ଥାପତ୍ୟ ଢାଞ୍ଚାରେ ଲୋକସେବା ଭବନ ଓ ଓଡ଼ିଶା ବିଧାନସଭା ପାଇଁ ନୂତନ ଭବନ ନିର୍ମାଣର ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛନ୍ତି। ଏଥିସହିତ ବିଦ୍ୟମାନ ପ୍ରଶାସନିକ କୋଠାଗୁଡ଼ିକୁ ନୂତନ ଡିଜାଇନ ଓ ରୂପାନ୍ତରଣ ପାଇଁ ସମୀକ୍ଷା କରାଯାଉଛି ବୋଲି ଲୋକ ନିର୍ମାଣ ବିଭାଗ (ପିଡବ୍ଲ୍ୟୁଡି) ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ସୂଚନା ଦେଇଛନ୍ତି।

ଆମେ ଲୋକସେବା ଭବନ ଓ ବିଧାନସଭାର ବିଦ୍ୟମାନ ଭବନଗୁଡ଼ିକୁ ବିକାଶଶୀଳ ପ୍ରଶାସନ ଓ ସୌନ୍ଦର୍ଯ୍ୟବୋଧର ଆବଶ୍ୟକତା ଅନୁଯାୟୀ କିପରି ପୁନର୍ଗଠନ କରାଯାଇ ପାରିବ, ତାହା ମୂଲ୍ୟାଙ୍କନ କରୁଛୁ। ଏକ ନୂତନ ଗଠନ ଖସଡ଼ା ବିଚାରାଧୀନ ଅଛି।”

ଏଥିସହିତ ରାଜ୍ୟର ଦୀର୍ଘମିଆଦୀ ଭିତ୍ତିଭୂମି ଦୃଷ୍ଟିକୋଣର ଅଂଶ ସ୍ୱରୂପ, ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ଓଡ଼ିଶା ମଣ୍ଡପ—ଏକ ବିରାଟ ବହୁମୁଖୀ ସମ୍ମିଳନୀ କେନ୍ଦ୍ର—ନିର୍ମାଣ କରାଯିବ। ଓଡ଼ିଶା ମଣ୍ଡପ ପାଇଁ ରାଜଧାନୀର ଏକ ପ୍ରମୁଖ ଓ ସୁଗମ ଅଞ୍ଚଳ ଚନ୍ଦ୍ରଶେଖରପୁରରେ ଏକ ଉପଯୁକ୍ତ ସ୍ଥାନ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.