ସୁନାବେଶରେ ଝଲସିଲେ କେଶଦୁରାପାଳ ଦଧିବାମନ ଜୀଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ କେଶଦୁରାପାଳ ଦଧିବାମନ ଜୀଉ ଙ୍କ ସୁନା ବେଶ ଅନୁଷ୍ଠିତ ହୋଇଯାଇଛି ।ଯଥା ବିଧି ନୀତିକାନ୍ତି ସରିବା ପରେ ଶ୍ରୀ ବିଗ୍ରହ ମାନଙ୍କୁ ପୁଷ୍ପ ଅଳଙ୍କାର ବେଶ ଅଳଙ୍କାର ଲାଗି କରାଯିବା ପରେ ଦିନ ତିନି ଟା ସମୟରେ ଘଣ୍ଟ, ଶଙ୍ଖ, କାହାଳି ଓ କ୍ରୀତନ ଓ ପାଟ ଛାତ୍ରୀ ମଧ୍ୟରେ ମହାପ୍ରଭୁଙ୍କ ଦିବ୍ୟ ଅଳଙ୍କାର କୁ କେଶଦୁରାପାଳ ଗୋପୀନାଥ ପୁର ବ୍ରାହ୍ମଣ ସେବାୟତ ଦ୍ୱାରା ମନ୍ଦିର ରୁ ରଥ ନିକଟକୁ ନିଆଯାଇଥିଲା |

ଏହି ସମୟରେ ହରିବୋଲ ହୁଳହୁଳି କମ୍ପି ଉଠୁଥିଲା ,ଶ୍ରୀ ବିଗ୍ରହ ମାନଙ୍କୁ ପାଟ ବସ୍ତ୍ର ପରିଧାନ କରାଯିବା ପରେ ହସ୍ତ, ପାଦ, ଆୟୁଧ, ମୁକୁଟ, କୁଣ୍ଡଳ, ମଣିହାର, ରତ୍ନଚିତା ପ୍ରକୃତି ଦିବ୍ୟ ଅଳଙ୍କାର ମାନ ଲାଗି କରାଯାଇ ଥିଲା | ପରେ ସର୍ବ ସାଧାରଣଙ୍କ ନିମନ୍ତେ ଦର୍ଶନ ବେବସ୍ଥା କରାଯାଇଥିଲା । ସନ୍ଧ୍ୟା ୫ ଟା ରାତି ୧୦ ଟା ଯାଏଁ ଭକ୍ତ ମାନଙ୍କ ଜନ ସମାଗମ ହୋଇଥିଲା | ଯଦିଓ ଏହି ମନ୍ଦିର ଓ ରଥ ବହୁ ପ୍ରାଚୀନ ଦୁଇ ବର୍ଷ ଧରି କେଶଦୁରାପାଳ ୨୦୦୫ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରି ଆସୁଛନ୍ତି, ଏଥିରେ ଗ୍ରାମର ଅନ୍ୟ ଛାତ୍ରଛାତ୍ରୀ ଓ ବ୍ୟଦାନ୍ୟ ବେକ୍ତିଙ୍କର ସହଯୋଗ ମଧ୍ୟ ରହିଛି |

୨୦୯୭ ମସିହା ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରସାଦ ବଣ୍ଟନ କରାଯାଇଥିଲା | ଡ୍ରାଇଭର ମହାସଂଘ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା କେଶଦୁରାପାଳ ବଡଦାଣ୍ଡ ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା | ଭକ୍ତ ମାନେ କାହିଁ ଦୁର ଦୁରାନ୍ତ ରୁ ଛୁଟି ଆସିଥିଲେ ଦଧିବାମନଜୀଉଙ୍କ ସୁନାବେଶ ଦର୍ଶନ କରିବା ପାଇଁ | ଏହାକୁ ବିଜେ ଶ୍ରୀ ଦଧିବାମନ ଜୀଉ ମନ୍ଦିର କମିଟି ସଦସ୍ୟ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିଥିଲେ ।ପରେ ବ୍ୟବହାର ଅଳଙ୍କାର ଗୁଡିକୁ ଓଲାଗି କରାଯାଇ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର କୁ ସୁରକ୍ଷାର ସହ ଗଚ୍ଛିତ ରଖାଯାଇଥିଲା ।

Leave A Reply

Your email address will not be published.