ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରୁ ଲୁଟିନେଲେ 11 ଲକ୍ଷ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଯୋଡ଼ା ଶାଖାରୁ ସଶସ୍ତ୍ର ଡକାୟତି । ବନ୍ଧୁକ ମୁନରେ ଲୁଟିନେଲେ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା । କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଘଟିଛି ଏଭଳି ଲୁଟ୍ ଘଟଣା ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ସେଣ୍ଟ ଟେରେସା ସ୍କୁଲ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଥିବା ବ୍ୟାଙ୍କରେ ୫ ଜଣ ଦୁର୍ବୃତ୍ତ ପଶି ଲୁଟ୍ ଘଟଣାକୁ ରୂପ ଦେଇଛନ୍ତି ।

ସକାଳ ପ୍ରାୟ ୧୦ଟା ସମୟରେ ବ୍ୟାଙ୍କ ଖୋଲିବାର କିଛି ସମୟ ମଧ୍ୟରେ ଏହି ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ସମସ୍ତଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିବା ସହ କିଛି କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏହାପରେ ସମସ୍ତଙ୍କୁ ବ୍ୟାଙ୍କର ଏକ ରୁମ୍ ଭିତରେ କରି କ୍ୟାସ୍ ବକ୍ସରୁ ଟଙ୍କା ଓ ସୁନା ପ୍ୟାକେଟ୍ ନେଇଯାଇଥିଲେ । ଯୋଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ବଡ଼ବିଲ ଏସଡିପିଓ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ପୋଲିସ ଖାନତଲାସୀ ଜାରି ରଖିଛି।

Leave A Reply

Your email address will not be published.