ରାଜଧାନୀରେ ପୁଣି ମାତିଲେ ଲୁଟେରା ଗ୍ୟାଙ୍ଗ୍:ଝରକା ତାଡି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ପୁଣି ମାତିଲେ ଲୁଟେରା ଗ୍ୟାଙ୍ଗ୍ । ଝରକା ତାଡି ଲୁଟି ନେଲେ 10 ଲକ୍ଷ ଟଙ୍କାର ସୁନା ଗହଣା। ସିସିଟିଭିରେ କଏଦ ହେଲେ ଗ୍ୟାଙ୍ଗର ଅପରେସନ। ଭରତପୁର ଥାନା ଆଇଗିଣିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଆଇଗିଣିଆ ପ୍ଲଟ୍ ନଂ ୩୫୪ / ୬୫୮ରେ ରୁହନ୍ତି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳର ଦେବାଶିଷଙ୍କ ପରିବାର ରୁହନ୍ତି। ପରିବାର ଲୋକେ ଗୋଟିଏ ଘରେ ଶୋଇଥିବାବେଳେ ଦୁର୍ବୃତ୍ତମାନେ ଆଉ ଏକ ଘରର ଝରକା ତାଡ଼ି ଆଲମିରାରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ନେଇଛନ୍ତି।

ମଙ୍ଗଳବାର ରାତି ପ୍ରାୟ ୩ଟାରେ ୫ ଜଣ ଦୁର୍ବୃତ୍ତ ଘରର ଝରକା ତାଡ଼ି ଘରେ ଥିବା ଆଲମିରାର ଲକ୍ ଭାଙ୍ଗି ସେଥରେ ଥିବା ଦୁଇଟି ସୁନାହାର , ଦୁଇଟି ସୁନାଚେନ୍‌ , ଦୁଇ ସେଟ୍ ସୁନାଚୁଡ଼ି , ୬ଟି ସୁନାମୁଦି , ୪ଟି ସୁନା କାନଫୁଲ ଓ ୨୦ ହଜାର ଟଙ୍କା ଚୋରି କରି ନେଇଥିଲେ । ସକାଳୁ ଉଠିଲା ବେଳେ ଆଲମିରାର ଲକ୍ ଭାଙ୍ଗି ଯାଇଥବା ଦେଖିଥିଲେ। ଦୁର୍ବୃତ୍ତମାନଙ୍କର କାରନାମା ଘରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ରେ ରେକର୍ଡ ହୋଇଛି ।
ଏନେଇ ଦେବାଶିଷ ତ୍ରିପାଠୀ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଫୁଟେଜ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।।

Leave A Reply

Your email address will not be published.