ଓଡ଼ିଆ ନ୍ୟୁଜ୍: ଅସହ୍ୟ ଗରମରୁ ମିଳିବ ଆସ୍ୱସ୍ତି । ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ । ମେ ମାସ ଶେଷ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗେଇବା ସହିତ ଏହା ପ୍ରଭାବରେ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ସମ୍ଭବତଃ ୨୮ ଓ ୨୯ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ।
ଭାରତୀୟ ପାଣିପାଗ ବିଭାଗ ବିସ୍ତାରିତ ଆକଳନ କରି ଏଭଳି ଚିତ୍ର ଆଙ୍କିଛି ।ଆଇଏମଡିର ସୂଚନ ଅନୁସାରେ ମେ ମାସ ତୃତୀୟ ସପ୍ତାହରେ ମୌସୁମୀ କେରଳ ଛୁଇଁପାରେ । ଏହି ସମୟରେ ମୌସୁମୀ ବାୟୁ ଉତ୍ତର ପୂର୍ବ ରାଜ୍ୟକୁ ମଧ୍ୟ ଅଗ୍ରସର ହୋଇପାରେ ।