ଓଡ଼ିଆ ନ୍ୟୁଜ୍: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ପାଇଁ ପାକିସ୍ତାନରେ ୨ ଦିନିଆ ଲକ୍ଡାଉନ ନିଷ୍ପତ୍ତି। ଶନିବାର ଓ ରବିବାର ଲକଡାଉନ୍ ନିଷ୍ପତ୍ତି ନେଇ ପାକ୍ ମିଡିଆରେ ସୂଚନା। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅନୁମୋଦନକୁ ଅପେକ୍ଷା ନେଇ ସୂଚନା।ଶନିବାର ଦିନ ୧୨ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ରହିବ କଟକଣା।ଲକ୍ଡାଉନ୍ରେ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି।ପୋର୍ଟ, ବିମାନବନ୍ଦର, ଅନ୍ୟାନ୍ୟ ସାଧାରଣ ଯାତାୟତ ଜାରି ରହିବ।
ଇରାନ ଯୁଦ୍ଧ ପରେ, ବିଶ୍ୱବ୍ୟାପୀ ତୈଳ ସଙ୍କଟ ଦେଖାଦେଇଛି। ଏହି ସଙ୍କଟ ଯୋଗୁଁ ପାକିସ୍ତାନର ପରିସ୍ଥିତି ଖରାପ ହୋଇଛି। ଏହି ସଙ୍କଟର ସମାଧାନ ପାଇଁ, ଶାହବାଜ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପାକିସ୍ତାନରେ ଏକ ସ୍ମାର୍ଟ ଲକଡାଉନ୍ ଲାଗୁ ହେବାକୁ ଯାଉଛି । ଏହି ଲକଡାଉନ୍ ଏପ୍ରିଲ ୪-୫ ରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । ଏହି ନିଷ୍ପତ୍ତି ଆଧାରରେ ପ୍ରତି ସପ୍ତାହରେ ଦୁଇ ଦିନ ଲାଗିବ ସ୍ମାର୍ଟ ଲକଡାଉନ୍ ।
କଣ ସବୁ ବନ୍ଦ ହେବ ?
ସ୍ମାର୍ଟ ଲକଡାଉନ ନିଷ୍ପତ୍ତି ଆଧାରରେ ପ୍ରଥମେ ଏପ୍ରିଲ ୪ (ଶନିବାର) ରାତି ୧୨ଟାରୁ ରବିବାର ଦିନ ୧୨ଟା ପର୍ଯ୍ୟନ୍ତ ପାକିସ୍ତାନର ସମସ୍ତ ଦୋକାନ ବନ୍ଦ ରହିବ। ଏହା ବ୍ୟତୀତ, ମୋଟରୱେ ଏବଂ ରାଜପଥଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ । ଅର୍ଥାତ୍ ରାଜପଥରେ ଗଡ଼ିବନି ଗାଡ଼ି ମୋଟର । ଏହି ସ୍ମାର୍ଟ ଲକଡାଉନରେ ସ୍ଥିର ହୋଇଥିବା ବିବାହ ମଧ୍ୟ ହୋଇପାରିବ ନାହିଁ ।