ଓଡ଼ିଆ ନ୍ୟୁଜ୍: ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ।ରାତି ୯ଟା ୫୭ ମିନିଟରେ ଗ୍ରହଣ ସ୍ପର୍ଶ। ରାତି ୧ଟା ୨୬ ମିନିଟରେ ଗ୍ରହଣ ମୋକ୍ଷ। ଗ୍ରହଣ ଅବଧି ୩ ଘଣ୍ଟା ୨୯ ମିନିଟ। ଦିନ ୧୨ଟା ୫୭ରୁ ପାକ ନିଷେଧ, ଦେବ ନୀତି ବନ୍ଦ। ରାତି ୧ଟା ୨୭ ମିନିଟ ପରେ ଦେବନୀତି ଆରମ୍ଭ।୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଏକ ବିରଳ ମୁହୂର୍ତ୍ତ, ଯେଉଁଥିରେ ଚନ୍ଦ୍ର ପୃଥିବୀର ଛାଇ ଦେଇ ଗତି କରିବ।
ତେବେ ଚନ୍ଦ୍ରଗ୍ରହଣର ସର୍ବାଧିକ ପ୍ରଭାବ ରବିବାର ରାତି ୧୧.୦୧ରୁ ମଧ୍ୟରାତ୍ରି ୧୨.୨୨ ମଧ୍ୟରେ ରହିବ ଏବଂ ଗ୍ରହଣର ପିକ୍ ଟାଇମ୍ ରାତି ୧୧.୪୨ ରହିବ। ଅର୍ଥାତ୍ ଏହି ସମୟରେ ହିଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ଗଣନା କରି ଜ୍ୟୋତିଷ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ମଧ୍ୟାହ୍ନ ୧୨ଟା ୫୮ରେ ପାକତ୍ୟାଗ କରିବାକୁ କହିଛନ୍ତି ।