ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ରାଜେନ୍ଦ୍ରାଭିଷେକ ନୀତି, ବେଢ଼ା ପରିକ୍ରମା କରିବେ ମଦନମୋହନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିରରେ ଆଜି ଅନୁଷ୍ଟିତ ହେବ ଶ୍ରୀଜିଉଙ୍କ ରାଜେନ୍ଦ୍ରାଭିଷେକ ନୀତି । ଶ୍ରୀମନ୍ଦିରରେ ସଂଧ୍ୟାଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ରଥରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବେ ମଦନମୋହନ । ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମାହନ ଭିତର ଅନ୍ଧାର କରାଯାଏ । ସେହିଭଳି ମହପ୍ରଭୁଙ୍କ ଆଲର୍ଟ ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମଣୀ ବିବାହ ପ୍ରସ୍ତାବ ଜଣାଇବେ ।

ଏହାପରେ ମହାପ୍ରଭୁଙ୍କ ରାନ୍ଦ୍ରୋଭିଷେକ ନୀତି ସରି ସୁସଜ୍ଜିତ ରଥରେ ଘଣ୍ଟ, କାହାଳୀ ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିରବେଢା କରିବେ । ଆସନ୍ତାକାଲି ଏକାଦଶୀ ତିଥିରେ ପାଳନ କରାଯିବ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ।

 

Leave A Reply

Your email address will not be published.