ଓଡ଼ିଆ ନ୍ୟୁଜ,ସାଲେପୁର: ଆଜି ଜଗତ ଜନନୀ ମା ଦୁର୍ଗା ଙ୍କ ଆବାହନ କୁ ସ୍ୱାଗତ ଜଣାଇ କଟକ ଜିଲ୍ଲା ସାଲେପୁର ବ୍ଲକ ମା ଦୁର୍ଗା ପୂଜା କମିଟି, ଭୀମଦାସପୁର ଦୂରଗା ପୂଜା କମିଟି ଆନୁକୂଲ୍ୟରେ ମା ଦୁର୍ଗା ଙ୍କ ସପ୍ତମୀ ପୂଜା ପାଇଁ ୧୦୮ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଆଜି ମା ଙ୍କର ସପ୍ତମୀ ପୂଜା ଅବସରରେ ଆଖ ପାଖ ପାଞ୍ଚ ଛଅ ଖଣ୍ଡି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ନିକଟସ୍ତ ଗୋବରୀ ନଦୀରୁ କଳସୀ ରେ ଜଳ ଆଣି ଓ ନବପତ୍ରିକା ଆଣି ମା ଙ୍କ ମଣ୍ଡପ ରେ ପହଞ୍ଚିବା ପରେ ମା ଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଥିଲା l ଗତ କାଲି ଷଷ୍ଠି ପୂଜା ଅବସରରେ ପଡୋଶୀ ଗ୍ରାମ ଛୋଟିନଟରା ର ବରକୋଳିଶ୍ୱର ମଠରୁ ମା ଙ୍କ ବେଲ ବରଣୀ କରାଯାଇଥିଲା l ଆଜି କଳସୀ ଯାତ୍ରା, ଗୋ ପୂଜା ଭୂମି ପୂଜା, ସୂର୍ଯ୍ୟ ପୂଜା ଆଦି କରାଯାଇ ମା ଙ୍କ ସପ୍ତମୀ ପୂଜା କରାଯାଇଥିଲା l
ଏହି କଳସ ଯାତ୍ରରେ ଯେଉଁ ଭକ୍ତ ମାନେ ସାମିଲ ହୋଇଛନ୍ତି ସେମାନେ ଚାରିଦିନ ଧରି ଅରୁଆ ଖାଇ ନିଷ୍ଠାର ସହ ରହି ପ୍ରତିଦିନ ସନ୍ଧ୍ୟାରେ ପୁଷ୍ପାଞ୍ଜଳି ସମୟରେ ମାଙ୍କ ପୀଠରେ ଉପସ୍ଥିତ ରହିବାର ଵିଧି ରହିଛି ବୋଲି ଭକ୍ତ କୁହନ୍ତି l ଚଳିତ ବର୍ଷ ପୀଠରେ ମା ଙ୍କର ଅଷ୍ଟମ ବାର୍ଷିକ ପୂଜା ଆୟୋଜିତ ହେଉଥିବାରୁ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସ ବାଦୀ ଓ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ସଦସ୍ୟ କହିଛନ୍ତି lଏହି ଅବସର ରେ ଏକ ଭକ୍ତି ଭାବାବେଗ ର ପରିବେଶ ସୃଷ୍ଟି ହୋଇଥିଲା ।