ନୀଳ ମାଧବଙ୍କ ଗୁପ୍ତ ରହସ୍ୟ !

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଷ୍ଠା ପୂର୍ବରୁ ନୀଳମାଧବ ଭାବରେ ପୂଜା ପାଉଥିଲେ । ଜଗତର ନାଥ ଶ୍ରୀ ଜଗନ୍ନାଥ ବା କୋଟି ଓଡିଆଙ୍କ ମଉଡମଣି ଙ୍କୁ ନୀଳ ମାଧବ ବୋଲି କୁହାଯାଏ । ତେବେ, ଆପଣଙ୍କ ମନରେ ବି ପ୍ରଶ୍ନ ନିଶ୍ଚିତ ଆସିଥିବ କାହିଁକି ଜଗନ୍ନାଥଙ୍କୁ ନୀଳମାଧବ କୁହାଯାଏ ? ଆଉ କଣ ରହିଛି ଏହାର ରହସ୍ୟ ?

ତେବେ ଆସନ୍ତୁ ଜାଣିବା ନୀଳମାଧବଙ୍କ ରହସ୍ୟ ବିଷୟରେ । ଶ୍ରୀ ନୀଳମାଧବ ମନ୍ଦିର ବହୁ ପୁରାତନ ତଥା ପ୍ରସିଦ୍ଧ ଭଗବାନ ବିଷ୍ଣୁ ମନ୍ଦିର ଯାହାକି ଭାରତର କଣ୍ଟିଲୋ ରେ ମହାନଦୀ କୂଳ ନିକଟରେ ଅବସ୍ଥିତ । ଯାହା ନୟାଗଡ଼ ଜିଲ୍ଲାର ଖଣ୍ଡପଡା ନାମକ ଏକ ବ୍ଲକରେ ଆସିଥାଏ | ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ 82 କିଲୋମିଟର ଏବଂ ନୟାଗଡ଼ ଜିଲ୍ଲା ଠାରୁ 33 କିଲୋମିଟର ଦୂରରେ ଅବସ୍ଥିତ ନୀଳମାଧବ ମନ୍ଦିର । ସାରଳା ଦାସ ଙ୍କ ମହାଭାରତ ରୁ ଜଣା ଯାଏ ଯେ ଜାରା ଶବର ର ଶରା ଘାତ ରେ ଶ୍ରୀକୃଷ୍ଣ ମୃତ୍ଯ ବରଣ କଲା ପରେ ତାଙ୍କ ଶରୀର ସମ୍ପୂର୍ଣ୍ଣ ରୂପେ ଦଗ୍ଧ ହୋଇ ନଥିଲା l ସ୍ଵର୍ଗ ବାଣୀ ଅନୁସାରେ ମଧ୍ୟମ ପାଣ୍ଡବ ଅର୍ଜୁନ ଏବଂ ଜାରା ସେହି ଅର୍ଦ୍ଧ ଦଗ୍ଧ ଶରିର କୁ ସମୁଦ୍ର ରେ ଭସାଇ ଦେଇ ଥିଲେ । କାଞ୍ଚି ର ରାଜା ଗାଲମାଧବ, ଶ୍ରୀକୃଷ୍ଣ ଙ୍କ ମୃତ୍ଯ ସମ୍ବାଦ ପାଇ ବାସୁଦେବ ନାମକ ବ୍ରାହ୍ମଣ ଙ୍କୁ ଶ୍ରୀକୃଷ୍ଣ ଙ୍କ ଶରୀର ଠାବ କରିବା ପାଇଁ ପଠାଇ ଥିଲେ । ବାସୁଦେବ ତାହା ଠାବ କରି ରୋହିଣୀ କୁଣ୍ଡ ରେ ସ୍ଥାପିତ କରିଥିଲେ. ଦୈବ ବାଣୀ ଅନୁସାରେ ଜାରା ଶବର ଏହି ପିଣ୍ଡ କୁ ଆଣି ନୀଳକନ୍ଦର ରେ ପୂଜା କରୁଥିଲେ । ସ୍କନ୍ଦ ପୁରାଣ ଅନୁସାରେ ପୂର୍ବେ ଜଙ୍ଗଲ ବେଷ୍ଟିତ ନୀଳକନ୍ଦର ରେ ନୀଳମାଧବ (ଜଗନ୍ନାଥ) ବିଶ୍ଵାବସୁ ନାମକ ଶବର ମୁଖିଆ ଗୁପ୍ତ ରେ ପୂଜା କରୁଥିଲେ l ଅବନ୍ତୀ ର ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବ କୁ ଆଣିବା ପାଇଁ ବିଦ୍ୟାପତି ନାମକ ବ୍ରାହ୍ମଣ ଙ୍କୁ ପଠାଇ ଥିଲେ ।

ବିଦ୍ୟାପତି ବିଶ୍ଵାବସୁଙ୍କ କନ୍ୟା ଲଳିତା ଙ୍କୁ ବିବାହ କରି ଥିଲେ l ଲଳିତା ଙ୍କ ଅନୁରୋଧ ରେ ବିଶ୍ଵାବସୁ ବିଦ୍ୟାପତି ଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ତାଙ୍କୁ ନୀଳମାଧବ ଦର୍ଶନ ପାଇଁ ନେଇଥିଲେ l କୌଶଳ କରି ବିଦ୍ୟାପତି ଯିବା ରାସ୍ତା ରେ ସୋରିଷ ବୁଣି ଦେଇ ଥିଲେ ବର୍ଷା ହେତୁ ସୋରିଷ ଗଛ ହେବା ଦ୍ଵାରା ବିଦ୍ୟାପତି ନୀଳକନ୍ଦର ଯିବାର ରାସ୍ତା ପାଇଥିଲେ ଏବଂ ଏହା ସେ ଇନ୍ଦ୍ରଦ୍ୟୁମ୍ନ ଙ୍କୁ ଜାଣଇ ଥିଲେ ।ସୈନ୍ୟ ସାମନ୍ତ ଧରି ଇନ୍ଦ୍ରଦ୍ୟୁମ୍ନ ସେଠାରେ ପହଞ୍ଚିଲା ବେଳକୁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ଯାଇ ଥିଲେ ।

ସ୍ଵପ୍ନ ରେ ଇନ୍ଦ୍ରଦ୍ୟୁମ୍ନ ମହୋଦଧି ତଟ ରେ ମହାଦାରୁ ରୂପେ ଆବିର୍ଭାବ ହେବେ ବୋଲି ଜାଣିବାକୁ ପାଇଥିଲେ ।ଇନ୍ଦ୍ରଦ୍ୟୁମ୍ନ ରାଜା ସମୁଦ୍ର ତଟ ରୁ ଦାରୁ ଆଣି ଶୀଳ୍ପି ଙ୍କ ଦ୍ଵାରା ମୂର୍ତ୍ତୀ ନିର୍ମାଣ କରାଇବାକୁ ଲାଗିଲେ ଏବଂ ଏହି ଠାରୁ ମହାପ୍ରଭୁ ଜଗନ୍ନାଥଙ୍କର ରୋଚକ ଇତିହାସ ଏବଂ ସଂସ୍କୃତି ଆରମ୍ଭ ହୋଇ ଥିଲା ।

Leave A Reply

Your email address will not be published.