ମହାନଦୀ ଜଳ ବିବାଦ, ପ୍ରସନ୍ନ ଓ ଜୟନାରାୟଣ ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ୍: ମହାନଦୀ ଜଳ ବିବାଦ: ପ୍ରସନ୍ନ ଆଚାର୍ଯ୍ୟ ଓ ଜୟନାରାୟଣ ମିଶ୍ର ମୁହାଁମୁହିଁ।‘ଆସନ୍ତା ୨୨ରେ ବସିବ ମହାନଦୀ ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ’।୨୪ ବର୍ଷରେ ସମାଧାନ କଲେ ନାହିଁ, ଏବେ ଆମକୁ ପରାମର୍ଶ ଦେଉଛନ୍ତି।ବୈଠକରେ ରାଜ୍ୟର ପଦକ୍ଷେପ ନେଇ ଆଲୋଚନା କରାଯିବ। ମହାନଦୀ କମିଟି ସଦସ୍ୟ ଜୟ ନାରାୟଣ ମିଶ୍ର କହିଛନ୍ତି, ଆସନ୍ତା ୨୨ତାରିଖରେ ବସିବ ମହାନଦୀ ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ। ମହାନଦୀ ଜଳ ବିବାଦର ସୃଷ୍ଟି କର୍ତ୍ତା ହେଉଛି ସେତେବେଳର ସରକାର । ତେଣୁ ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏ ଉପଦେଶ ଦେଇଥିଲେ ଭଲ ହୋଇଥାନ୍ତା । ମହାନଦୀ ପାଇଁ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଆସନ୍ତା ୨୨ତାରିଖରେ ବସିବ । ସେହିଠାରେ ରାଜ୍ୟ ତରଫରୁ କ’ଣ କ’ଣ ପଦକ୍ଷେପ ନିଆଯିବ ସେନେଇ ବିଶେଷ ଆଲୋଚନା ହେବ ।

ମହାନଦୀ ବିବାଦର ସମାଧାନ ପାଇଁ ବିଜେଡି ୨୪ବର୍ଷ ଭିତରେ କିଛି କଲେ ନାହିଁ । ମହାନଦୀରେ ଯେତେ ପାଣି ଆସୁଛି ସବୁ ସମୁଦ୍ରକୁ ଚାଲିଯାଉଛି । ୩ଟି ଡ୍ୟାମ୍ ମଧ୍ୟ କରି ପାରିଲେ ନାହିଁ । ମୁଁ ତ କହିବି ସରକାର ଏକ ଏକ୍ସପର୍ଟ କମିଟି ଗଠନ କରନ୍ତୁ । ତାହା ଅନୁସାରେ କାମ ହେବା ଉଚିତ । ଏହାସହ ଆମ ସରକାର ପାରୁ ପର୍ଯ୍ୟନ୍ତ ଏ ବିବାଦର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଏହାକୁ ନେଇ ବିଜେଡି କେବେ ସନ୍ତୁଷ୍ଟ ନୁହେଁ । ଏହା ତାଙ୍କ ଚରିତ୍ର, ତାଙ୍କ ସରକାର ସମୟରେ ଅନେକ କମିଟି ଗଠନ କଲେ । ହେଲେ ଗୋଟିଏ ମଧ୍ୟ ବୈଠକ ବସିଲା ନାହିଁ ।

Leave A Reply

Your email address will not be published.