କଡେଇରେ ରନ୍ଧାଯାଉଛି ମହାପ୍ରସାଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିରରେ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । କୁମ୍ଭାର ଦ୍ବାର ପ୍ରସ୍ତୁତ ମାଟି କୁଡୁଆରେ ନୁହଁ ବରଂ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ ।  ଯାହାକୁ ବିରୋଧ କରିଛି ସୁଆର ଓ ମହାସୁଆର ନିଯୋଗ। ଏହା ପରମ୍ପରା ବିରୋଧୀ ବୋଲି ନିଯୋଗ କହିଛି। ଶ୍ରୀମନ୍ଦିରରେ କୁଡୁଆରେ ରନ୍ଧାଯାଏ ଓ ଗର୍ଭଗୃହରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। କିନ୍ତୁ ଏବେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ସୁଆର ଓ ମହାସୁଆର ସେବକମାନେ ଲୁହା କଡେଇରେ ରାନ୍ଧୁଛନ୍ତି। ଯାହାକି ପରମ୍ପରା ବିରୋଧୀ।

ଯାହାକୁ ନେଇ ସୁଆର ଓ ମହାସୁଆର ନିଯୋଗ ତରଫରୁ ନୋଟିସ୍‌ ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଛି। ସୁଆର ଓ ମହାସୁଆର ନିଯୋଗର ସହ ସମ୍ପାଦକ ନରସିଂହ ପ୍ରତିହାରି କହିଛନ୍ତି, ମହାପ୍ରସାଦ କୁଡୁଆରେ ରନ୍ଧାଯାଏ। ଢଳାମଠ କୁଡୁଆରେ ମହାପ୍ରସାଦ ରନ୍ଧାଯାଏ। ସେହି କୁଡୁଆଟି ବହୁ ଛୋଟ। ସେଥିରେ ଦେଢ଼ କେଜି ଚାଉଳ ପଡ଼ିବ। ସେହି କୁଡୁଆ ୬ଟି ହେଲେ ଗୋଟିଏ ଚୁଲିରେ ବସି ପାରିବ। ବର୍ତ୍ତମାନ ସେହି କୁଡୁଆର ଘୋର ଅଭାବ ଦେଖାଦେଇଛି। ପର୍ଯ୍ୟାନ୍ତ ପରିମାଣରେ ଢଳାମଠ କୁଡୁଆ ମିଳୁନି। ଯାହାଫଳରେ ଆମର ଛୋଟ ଛୋଟ ଭାଇମାନେ ଲୁହା କଢେଇରେ ରାନ୍ଧୁଛନ୍ତି।

ତାହା ପୁଣି ସିମିତ୍ତ ମାତ୍ର ରନ୍ଧା ଯାଉଛି ବୋଲି ଶ୍ରୀ ପ୍ରତିହାରି କହିଛନ୍ତି। ସୁଆର ଓ ମହାସୁଆର ନିଯୋଗର ସହ ସମ୍ପାଦକ ନରସିଂହ ପ୍ରତିହାରି କହିଛନ୍ତି, ମହାପ୍ରସାଦ କୁଡୁଆରେ ରନ୍ଧାଯାଏ। ଢଳାମଠ କୁଡୁଆରେ ମହାପ୍ରସାଦ ରନ୍ଧାଯାଏ। ସେହି କୁଡୁଆଟି ବହୁ ଛୋଟ। ସେଥିରେ ଦେଢ଼ କେଜି ଚାଉଳ ପଡ଼ିବ। ସେହି କୁଡୁଆ ୬ଟି ହେଲେ ଗୋଟିଏ ଚୁଲିରେ ବସି ପାରିବ। ବର୍ତ୍ତମାନ ସେହି କୁଡୁଆର ଘୋର ଅଭାବ ଦେଖାଦେଇଛି। ପର୍ଯ୍ୟାନ୍ତ ପରିମାଣରେ ଢଳାମଠ କୁଡୁଆ ମିଳୁନି। ଯାହାଫଳରେ ଆମର ଛୋଟ ଛୋଟ ଭାଇମାନେ ଲୁହା କଢେଇରେ ରାନ୍ଧୁଛନ୍ତି। ତାହା ପୁଣି ସିମିତ୍ତ ମାତ୍ର ରନ୍ଧା ଯାଉଛି ବୋଲି ଶ୍ରୀ ପ୍ରତିହାରି କହିଛନ୍ତି।

Leave A Reply

Your email address will not be published.