ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଖୁବ୍ କମ୍ ସମୟରେ ୧୦୦ କୋଟି ଟପିଛି ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ‘ସରକାରୁ ଭାରି ପଟା’ । ସିନେମାହଲରେ ଖୁବ୍ ନଚାଉଛି ଆଉ ଧମାଲ୍ ବି କରୁଛି । ଯାହା ବକ୍ସ ଅଫିସରେ ବିଶ୍ୱ ବ୍ୟାପୀ ୧୦୦ କୋଟି ଟଙ୍କା ସଂଗ୍ରହ କରିବାରେ ସବୁଠାରୁ ଦ୍ରୁତ ଫିଲ୍ମ ହୋଇପାରିଛି। ମାତ୍ର ପାଞ୍ଚ ଦିନ ମଧ୍ୟରେ ‘ସରକାରୁ ଭାରି ପଟା’ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ଫଳରେ ଏହା ସବୁଠୁ ଦ୍ରୁତ ୧୦୦ କୋଟି ରୋଜଗାର କରିଥିବା ତେଲୁଗୁ ଫିଲ୍ମ ହୋଇପାରିଛି। ଫିଲ୍ମଟି ପାଞ୍ଚ ଦିନ ମଧ୍ୟରେ ସାରା ବିଶ୍ୱରେ ୧୬୦.୨ କୋଟି ଟଙ୍କା ରୋଜଗାର କରିଛି।
