ଆବାସ ତାଲିକାରେ ସାଧୁତା ଅବଲମ୍ବନ କରନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା ପାଇଁ ନିୟମକୁ କୋହଳ କରିଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା କଥା । ୨୦୧୮ ରୁ ୨୦୧୯ରୁ ଅଧା ପର୍ଯ୍ୟନ୍ତ ଆବାସ ପ୍ଲସ ପୋର୍ଟାଲ ଖୋଲା ହୋଇ ରହିଲା।  କୌଣସି ଓଡିଶା ସରକାର ଯୋଗ୍ୟ ହିତାଧିକାରୀଙ୍କ ନା ଭରିଲେ ନାହିଁ, ବାରମ୍ବାର ଦିଲ୍ଲୀରେ ଅନୁରୋଧ  ହୋଇଥିବା ବୈଠକରେ ୮ ଲକ୍ଷ ଘର ପି ଏମ ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ ଦିଆଯିବ ଓ଼ ଦେଢ଼ ଲକ୍ଷ ଫୋନି କ୍ଷତିଗ୍ରସ୍ତ ଙ୍କୁ ଦିଆଯିବ ବୋଲି ନିଷ୍ପତି ହେଲା।  କେନ୍ଦ୍ର ସରକାରଙ୍କ ସର୍ତ ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବା ନେଇ ରାଜ୍ୟ ସରକାର ହଁ ଭରିଥିଲେ। ପ୍ରତିପତ୍ତିଶାଳୀ ଲୋକ ଯିଏ ଅସାଧୁ ଉପାୟରେ ନାଁ ଭରିଲା ଗରିବ ଲୋକ ତା ବିରୋଧରେ ପ୍ରତିବାଦ କରି ପାରିବ ନାହିଁ । ଏବେ ବିଭିନ୍ନ ବ୍ଲକ ରେ ତାଲିକା ଲଗାଯିବା ପରେ ଅନେକ ଯୋଗ୍ୟ ହିତାଧିକାରୀ ଙ୍କ ନାଁ ନ ଥିବା କଥା ସାମ୍ନା କୁ ଆସିଛି ଆଗକୁ ୧୮ ଲକ୍ଷ ଘର ଆସିବା ପରେ ସମାନ ଅଭିଯୋଗ ଆସିଥିଲା।  ଏବେ ସାଢେ ୯ ଲକ୍ଷ ଘର ମିଳିବା ପରେ ଯୋଗ୍ୟ ଲୋକଙ୍କୁ ଘର ମିଳୁ ବୋଲି କେନ୍ଦ୍ର ସରକାର ଅପେକ୍ଷା ରଖିବା ସ୍ୱାଭାବିକ।  ଏ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ପଡିବ ଏବେ ଟଙ୍କା ଆସିବାରେ ଵି ଯଦି ଯୋଗ୍ୟ ଲୋକ ଘର ପାଇବେ ନାହିଁ ଏହା ଗମ୍ଭୀର ବିଷୟ ।

Leave A Reply

Your email address will not be published.