ରାଜଧାନୀରେ ବଡ଼ ଦୁର୍ଘଟଣା: ଭୁଷୁଡିଲା ୩ ମହଲା କୋଠା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜଧାନୀରେ ବଡ଼ ଧରଣର ଦୁର୍ଘଟଣା । ରାଜଧାନୀ ନୂଆଦିଲ୍ଲୀର ମୁସ୍ତଫାବାଦରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ମୁସ୍ତଫାବାଦର ବାବୁ ନଗର ଚନେୱାଲି ଗଳିରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଫଳରେ କୋଠା ତଳେ କିଛି ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଏଯାଏ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିବା ବେଳେ ୪ଜଣ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସେମାନଙ୍କର ଚିକିତ୍ସା ।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୩ଟି ଗାଡି ପହଞ୍ଚି ଥିଲା । ବିଭାଗର କର୍ମଚାରୀ ମାନେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି । ଅନେକ ଲୋକ ଭିତରେ ଫସିଥିବା ସୂଚନା ମିଳିଛି ।

Leave A Reply

Your email address will not be published.