ମମତାଙ୍କ ସୁରକ୍ଷାରେ ତ୍ରୁଟି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଶ୍ଚିମବଙ୍ଗକୁ ଆସିଛି ଏକ ବଡ଼ ଖବର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକଙ୍କୁ ପୋଲିସ କାବୁ କରିଛି । ଉକ୍ତ ଯୁବକଙ୍କ ନା ନୁର ଆଲମ । ପୋଲିସର ସୂଚନା ମୁତାବକ ଉକ୍ତ ଯୁବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରୁ ଅଟକ ରଖାଯାଇଛି । କେବଳ ଏତିକି ନୁହେଁ ଅଟକ ଯୁବକଙ୍କ ନିକଟରୁ ମାରଣାସ୍ତ୍ର, ଛୁରୀ ଓ ବିଭିନ୍ନ ପ୍ରତିବନ୍ଧିତ ଥିବା ପଦାର୍ଥ ଜବତ କରାଯାଇଛି ।

ସେହିଭଳି କିଛି ଏଜେନ୍ସିର ଆଇଡି କାର୍ଡ ମଧ୍ୟ ଯୁବକଙ୍କ ଠାରୁ ଜବତ କରାଯାଇଛି । ସବୁଠୁ ବଡ କଥା ହେଲା, ଅଟକ ଥିବା ଯୁବକଙ୍କ କାରରେ ପୋଲିସ ଷ୍ଟିକର ଲାଗିଥିବା ବେଳେ ଏଥିରେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିଥିଲା । ଯୁବକଙ୍କୁ ଅଟକ ରଖିବା ପରେ ପୋଲିସ ପଚରାଉଚରା ଆରମ୍ଭ କରିଛି ।

Leave A Reply

Your email address will not be published.