ଓଡ଼ିଆ ନ୍ୟୁଜ୍: ସ୍କୁଲ୍ ବୋରୱେଲରେ ବିଷ ମିଶା ଯାଇଥିବା ସନ୍ଦେହ।ମାଥିଲି ବ୍ଳକ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ସ୍ଥିତି। ମଧ୍ୟାହ୍ନ ଭୋଜନ ପାଇଁ ପାଣି ନେଲା ବେଳେ ଗନ୍ଧ ସହ ଫେଣ ବାହାରିଲା।ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ପାଚିକା, ବିପଦ ଟଳିଲା।ପିଲାଙ୍କୁ ପାଣି ବ୍ୟବହାର ପାଇଁ ମନା ସହ ମାଥିଲି ଥାନାରେ ଏତଲା।ପୋଲିସ ଉପସ୍ଥିତିରେ ପାଣିର ନମୂନା ସଂଗ୍ରହ କଲା ଜଳଯୋଗାଣ ବିଭାଗ। ସେହିପରି ଅନେକଗୁଡ଼ିଏ ସାମାଜିକ ସଂଗଠନ ରହିଛି, ଯେଉଁମାନେ କି ଶିଶୁ ବିକାଶ କ୍ଷେତ୍ରରେ କାମ କରନ୍ତି। ତେମେ ଆମ ସମାଜରେ ଅନେକ ଲୋକ ପିଲାମାନଙ୍କର ପାଇଁ ଭଲ କାମ କରୁଥିବା ବେଳେ ଆଉ କିଛି ଲୋକ ମନ୍ଦ ଚିନ୍ତା କରୁଛନ୍ତି। ମାଲକାନଗିରି ଜିଲ୍ଲାରୁ ଏଭଳି ଚିତ୍ର ଆସିଛି। ପାଣି ଟାଙ୍କିରେ ବିଷ ମିଶାଇ ଦୁର୍ବୃତ୍ତମାନେ ପିଲାମାନଙ୍କୁ ମାରିବା ପାଇଁ ଉଦ୍ୟମ କରିଛନ୍ତି।
ଦୁର୍ବୃତ୍ତମାନେ ମାଲକାନଗିରି ଜିଲ୍ଲାର ଏକ ବିଦ୍ୟାଳୟ ପରିସରରେ ଥିବା ପାଣି ଟାଙ୍କିରେ ବିଷ ମିଶାଇ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମାଥିଲି ବ୍ଳକ ଦଳବପତିଗୁଡା ଫଂଚାୟତର ସିନ୍ଧାବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପାଣିଟାଙ୍କିରେ ବିଷକ୍ରିୟା ନେଇ ଜଣାପଡ଼ିବା ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ବଡ଼ ଅଘଟଣରୁ ମଧ୍ୟ ବର୍ତ୍ତି ଯାଇଛନ୍ତି। ସବୁଦିନ ଭଳି ଗତକାଲି ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ରୋଷେଇ କରୁଥିବା ମହିଳାମାନେ। ପାଣି ମୋଟର ଚଲାଇବା ପରେ ବୋରଓ୍ବେଲର ପାଣିରେ ଫେଣ ସୃଷ୍ଟି ହେବା ସହ ଅଜବ ପ୍ରକାର ଦୁର୍ଗନ୍ଧ ବାହାରି ଥିଲା। ଆଗରୁ ବ୍ୟବହାର ଯୋଗ୍ୟ ପାଣିର ଏପରି ଅବସ୍ଥା ଦେଖି ସଙ୍ଗେସଙ୍ଗେ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ରୋଷେୟାମାନେ ଜଣାଇଥିଲେ।