ବିଜେପିରେ ସାମିଲ ହେଲେ ମମତା ମହାନ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମମତା ମହାନ୍ତ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଛନ୍ତି ମମତା ମହାନ୍ତ ।

ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବାବେଳେ ଆଜି ନୂଆଦିଲ୍ଲୀସ୍ଥିତ ଦଳ ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ସାଧାରଣ ସମ୍ପାଦକ ଅରୁଣ ସିଂହ, ପ୍ରଭାରୀ ବିଜୟପାଲ ସିଂହ ତୋମାର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ବିଜେଡିକୁ ଆଉ ତାଙ୍କର ଆବଶ୍ୟକତା ନଥିବା ଅନୁଭବ କରିବାରୁ ଏବଂ ଜନ ସେବାରେ ବାଧା ସୃଷ୍ଟି ହେବାରୁ ସେ ବିଜେଡି ଛାଡ଼ିଥିବା କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାସହ ବିଜେଡି ଛାଡ଼ିଥିଲେ ମମତା ମହାନ୍ତ। ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ତାଙ୍କର ମୁଖ୍ୟ ଧ୍ୟେୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ସେ ଆଉ ସେହି ଦଳରେ ରହିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି ମମତା । ମୟୂରଭଞ୍ଜ ଜିଲ୍ଲାର କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.