ପ୍ରବଳରୁ ଅତିପ୍ରବଳ ବର୍ଷା ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାରନିଙ୍ଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ୍‌‌ ଲାଇନ୍‌‌ ସକ୍ରିୟ ରହିଛି। ଏହାର ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଜାରିରହିଛି। ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ମୟୁରଭଞ୍ଜ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାରନିଙ୍ଗ ଜାରି କରାଯାଇଛି। ଏହି ସ୍ଥିତି ପ୍ରାୟ ଜୁଲାଇ ୩ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି।

ଜୁଲାଇ ୧ ଓ ୨ ତାରିଖରେ ଜିଲ୍ଲାରେ ୧୨ରୁ ୨୦ସେମି ବର୍ଷା ନେଇ ମଧ୍ୟ ଆକଳନ ଜାରି କରାଯାଇଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ରହିଥିବା ନେଇ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି। ସପ୍ତାହକ ହେଲା ଜାରି ରହିଥିବା ବେଳେ ବୁଧବାର ଜିଲ୍ଲାର ୪ଗୋଟି ବ୍ଳକରେ ସର୍ବାଧିକ ୧୦୦ମିମିରୁ ଉର୍ଦ୍ଧ୍ବ ବୃଷ୍ଟିପାତ ହୋଇଛି। ସେହିପରି ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ଅନେକ ବୃଷ୍ଟିପାତ ହୋଇଛି। ଏନେଇ ସମସ୍ତ ତହସିଲଦାର ମାନଙ୍କୁ ସତର୍କ କରାଯାଇଥିବା ବେଳେ ଆବଶ୍ୟକସ୍ଥଳେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏସଆରସିଙ୍କ ନିର୍ଦ୍ଦେଶକ୍ରମେ ଭୁସ୍କଳନ ସ୍ଥିତି ପ୍ରତି ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ରଖିଛି। ସମସ୍ତ ଅଧିକାରୀ ମାନଙ୍କ ଛୁଟି ବାତିଲ ହେବା ସହ ମୁଖ୍ୟାଳୟରେ ସତର୍କ ରହିବାକୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ନିର୍ଦ୍ଦେଶ ଦେଇଛନ୍ତି।

ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ସମସ୍ତଙ୍କୁ ସତର୍କ ରଖାଯାଇଛି। ଆବଶ୍ୟକସ୍ଥଳେ ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାତ୍ଵର କରାଯିବ। ବାରିପଦା ପୋୖରପାଳିକା ମଧ୍ୟରେ ଥିବା ଛୋଟ ଛୋଟ ନଦୀରେ ପାଣି ବଢିଲେ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି। ଜଳମଗ୍ନତା ଏବଂ ନିମ୍ନମାନର ଅଞ୍ଚଳରେ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଜଳ ନିଷ୍କାସନ, ଡ୍ରେନେଜ ଚ୍ୟାନେଲର କ୍ଲିୟରାନ୍ସ ଏବଂ ଆବଶ୍ୟକ ସ୍ଥଳେ ପମ୍ପ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସିନ୍ଧେ କହିଛନ୍ତି।

Comments are closed.