ଓଡ଼ିଆ ନ୍ୟୁଜ୍: ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ମଣିପୁର ଅଖଣ୍ଡତା ସମନ୍ୱୟ କମିଟି (COCOMI)ର ଛାତ୍ର ଶାଖାର ସଦସ୍ୟମାନେ ଏକ ସରକାରୀ ବସ୍ରୁ ରାଜ୍ୟର ନାଁ ଲିଭାଇବାକୁ ବିରୋଧ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନରେ ଜିଲ୍ଲାର କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯିବା ସହ ସାଇନବୋର୍ଡଗୁଡ଼ିକୁ ବିକୃତ କରାଯାଇଥିବା ସୂଚନା ମିଳିଛି।
ଆନ୍ଦୋଳନକାରୀମାନେ ଇମ୍ଫାଲ ପଶ୍ଚିମର ଲାମ୍ଫେଲପାଟରେ ଥିବା ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ କାର୍ଯ୍ୟାଳୟ ଏବଂ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି। ଭାରତ ସରକାର ଲେଖାଥିବା ସାଇନ୍ ବୋର୍ଡକୁ କାଦୁଅରି ଲିପି ଦେଇ କେନ୍ଦ୍ର ବିରୋଧରେ ଅସନ୍ତୋଷ ଦର୍ଶାଇଛନ୍ତି।