ମାନ୍ ସରକାରଙ୍କ ବଡ଼ ପଦକ୍ଷେପ: ଦୁର୍ନୀତି ଅଭିଯୋଗରେ ବିଦା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଦୁର୍ନୀତି ବିରୋଧରେ ବଡ଼ ପଦକ୍ଷେପ ସ୍ବରୂପ ମଙ୍ଗଳବାର ନିଜ ମନ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି। ଦୁର୍ନୀତିଗ୍ରସ୍ତ ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ବିଜୟ ସିଙ୍ଗଲା ବହିଷ୍କୃତ ହୋଇଛନ୍ତି। ବିଜୟ ସିଙ୍ଗଲା ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ପ୍ରମାଣ ପାଇବା ପରେ ଏପରି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମାନ୍। ଏଥିସହ ବିଜୟ ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ମାନ୍ ପଞ୍ଜାବ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ବିଜୟ ସିଙ୍ଗଲାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଘୋଷଣା କରି ସ୍ପଷ୍ଟ କରିଛନ୍ତି, ଆମେ ଏକ ପ୍ରତିଶତ ଦୁର୍ନୀତିକୁ ମଧ୍ୟ ବରଦାସ୍ତ କରିବୁ ନାହିଁ। ଜନତା ବହୁତ ଆଶା ନେଇ ଆମ୍ ଆଦମୀ ପାର୍ଟିକୁ ସରକାର ଗଠନ କରିବାକୁ ସୁଯୋଗ ଦେଇଛନ୍ତି। ତାଙ୍କ ଆଶାକୁ ପୂରଣ କରିବା ଆମର କର୍ତ୍ତବ୍ୟ। ସେ କହିଛନ୍ତି, ଯେ ପର୍ୟ୍ୟନ୍ତ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପରି ଭାରତ ମାତାର ପୁଅ ଏବଂ ଭଗଓ୍ଵନ୍ତ ମାନଙ୍କ ପରି ସିପାହୀ ଅଛନ୍ତି, ସେ ପର୍ୟ୍ୟନ୍ତ ଭ୍ରଷ୍ଟାଚାର ବିରୋଧୀରେ ମହାଯୁଦ୍ଧ ଜାରି ରହିବ।

Leave A Reply

Your email address will not be published.