ମୁମ୍ବାଇରେ ପାଦ ଥାପିଲା ମୌସୁମୀ: ପ୍ରବଳ ଶ୍ରୀଷ୍ମପ୍ରବାହରୁ ମୁକ୍ତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧୀରେ ଧୀରେ ଉତ୍ତର ମୁହାଁ ମୌସୁମୀ । ଗୋଟିଏ ପରେ ଗୋଟିଏ ରାଜ୍ୟ, ସହର ଅତିକ୍ରମ କରି ଉତ୍ତର ଭାରତ ଆଡକୁ ଆସୁଛି । ଏହାରି ଭିତରେ ଆଜି ଦେଶର ବାଣିଜ୍ୟିକ ରାଜଧାନୀରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ମୁମ୍ବାଇ ସହ ମହାରାଷ୍ଟ୍ରର ଅନେକାଂଶରେ ବର୍ଷା ହଇଛି । ଏବେ ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ଥିବାରୁ କୋଙ୍କଣ, ପାଲଘର, ରତ୍ନଗିରିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।
ମୌସୁମୀରେ ଆଗମନ ସହ ମୁମ୍ବାଇରେ ଗତ କିଛିଦିନ ଧରି ଅନୁଷ୍ଠିତ ହେଉଥିବା ଗ୍ରୀଷ୍ମପ୍ରବାହରୁ ସମାନ୍ୟ ମୁକ୍ତି ମିଳିଛି । ମୌସୁମୀର ପ୍ରଭାବରେ ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କିଛି ଅଂଶରେ ପାଣିପାଗ ପରିବର୍ତ୍ତନ ସହ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ମହାରାଷ୍ଟ୍ର ତଥା କର୍ଣ୍ଣାଟକର କିଛି ଅଞ୍ଚରେ ଘଡଘଡି ସହ ବର୍ଷା ହୋଇପାରେ । କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲୋକକାନଙ୍କୁ ସତର୍କ ରହିବା ପାଇଁ ପ୍ରଅଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ଓ ପବନରେ ଯେପରି କୌଣସି କ୍ଷୟକ୍ଷତି ନଘଟେ ସେଥିପାଇଁ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ସଜାଗ ଥିବା କହିଛନ୍ତି ।

 

Leave A Reply

Your email address will not be published.