୪-୫ଦିନରେ ମଧ୍ୟରେ କେରଳ ଛୁଇଁବ ମୌସୁମୀ

0

ଓଡ଼ିଆ ନ୍ୟୁଜ୍: ଭାରତର କୃଷି ଓ ଅର୍ଥ ବ୍ୟବସ୍ଥା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ସମୟ ପୂର୍ବରୁ କେରଳ ଉପକୂଳକୁ ପହଞ୍ଚିପାରେ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଆଜି ଏହି ପୂର୍ବାନୁମାନ କରିଛନ୍ତି। ଆଇଏମଡିଙ୍କ ସୂଚନା ଅନୁସାରେ ମୌସୁମୀ ଆଗାମୀ ୪-୫ଦିନରେ କେରଳ ପହଞ୍ଚିବା ପାଇଁ ପରିସ୍ଥିତି ଅନୁକୂଳ ହେଉଛି, ଅର୍ଥାତ ୨୩ କିମ୍ବା ୨୪ ମେ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁବ। ତେବେ ପୂର୍ବରୁ ସୂଚିତ କରାଯାଇଥିବା ତାରିଖ ମେ ୨୭ ପୂର୍ବରୁ ମୌସୁମୀ ଭାରତୀୟ ଉପ ମହାଦ୍ୱୀପକୁ ଛୁଇଁବା ସ୍ପଷ୍ଟ ହୋଇଯାଛି। ସାଧାରଣତଃ ମୌସୁମୀ ଜୁନ ୧ ତାରିଖ ବେଳକୁ କେରଳ ଉପକୂଳକୁ ପହଞ୍ଚି ଥାଏ।

ତେବେ ମୌସୁମୀ ଆଗମନ ପୂର୍ବରରୁ ମେ ୨୪ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳରେ ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏହି ସମୟରେ କେତେକ ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏଥିରେ ପଶ୍ଚିମ କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ସମେତ ଦକ୍ଷିଣ ଭାରତ ଆଖପାଖ ଅଞ୍ଚଳରେ ଭୀଷଣ ବର୍ଷା ଆକଳନ କରାଯାଇଛି। ତେବେ ମୌସୁମୀ କେରଳ ପହଞ୍ଚିବା ପରେ ଧିରେ ଧିରେ ଆଗକୁ ବଢିବା ଆରମ୍ଭ କରିବ ବୋଲି ଆଇଏମଡି ଆକଳନ କରିଛନ୍ତି।

Leave A Reply

Your email address will not be published.